ପାତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା : କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଓଏଏସ୍‌ ସଂଘ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡିଓ ପ୍ରକାଶ କୁମାର ଦାସଙ୍କୁ ଆକ୍ରମଣ ଘଟଣାକୁ ନେଇ ଓଏଏସ୍‌ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏଥିରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏନେଇ ଓଏଏସ୍‌ ସଂଘର ଏକ ପ୍ରତିନିଧିଦଳ ଆଜି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିତିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ୨୩ ତାରିଖରେ ଜରଡା ଥାନା ଅଧୀନସ୍ଥ ତୁମ୍ବା ପଞ୍ଚାୟତରୁ ଫେରୁଥିବା ବେଳେ ଭୋଟର ଲିଷ୍ଟରେ ନାଁ ନଥିବାରୁ ପ୍ରତିବାଦ କରି କେତେକ ଲୋକ ଅଟକାଇବା ସହ ତାଙ୍କ ଗାଡିର କାଚକୁ ପଥର ଫିଙ୍ଗି ଭାଙ୍ଗି ଦେଇଥିଲେ । ପରେ ବିଡିଓ ଏବଂ ତାଙ୍କ ଗାଡିକୁ ଆକ୍ରମଣ କରିବା ସହ ଛୁରି ଦେଖାଇ ୪ କି.ମି. ରାସ୍ତା ଜବରଦସ୍ତ କରି ଚଲାଇ ନେଇଥିଲେ । ପରେ ପ୍ରଶାସନ ଓ ପୋଲିସ ଅଧିକାରୀ ତାଙ୍କୁ ଉଦ୍ଧାର କରିଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଓ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ପ୍ରକାଶ କୁମାର ମିଶ୍ର, ରାଜକିଶୋର ପଟ୍ଟନାୟକ, ସସ୍ମିତା ଶତପଥୀ, ମନୋରଞ୍ଜନ ସାହୁ, ନିତୀଶ ତ୍ରିପାଠୀ, ରାଜକିଶୋର ଜେନା ଓ ଦିଲୀପ କୁମାର ନାୟକ ପ୍ରମୁଖ ଓଏଏସ୍‌ ଅଫିସର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

8 − 7 =