ଭାରସାମ୍ୟ ହରାଇ ଓଲଟିଲା ଓଟୋ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପି ଗୋବିନ୍ଦପୁର ଗ୍ରାମରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଓଟୋ ଓଲଟି ପଡିଥିବା ଜଣାପଡିଛି । ଦୁର୍ଘଟଣାରେ ଡ୍ରାଇଭର୍ ସମେତ ୪ ଆହତ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, କେଶରା ଗ୍ରାମରୁ ଗୋବିନ୍ଦପୁର ଗ୍ରାମପଞ୍ଚାୟତକୁ ପିଡିଏସ୍ ଚାଉଳ ଆଣିବାକୁ ଆଠ ଜଣ ଲୋକ ଏକ ଓଟୋ ଯୋଗେ ଯାଉଥିବା ସମୟରେ ଓଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ଡ୍ରାଇଭର୍ ସମେତ ୪ ଜଣ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଲୋକମାନଙ୍କୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.

3 − 2 =