pakka

ପଦ୍ମପୁରରେ ଉପଜିଲ୍ଲାପାଳ ଭାବରେ ଯୋଗ ଦେଲେ ତ୍ରିଲୋଚନ ପାତ୍ର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ ଆଜି ତ୍ରିଲୋଚନ ପାତ୍ର ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଉପଜିଲ୍ଲାପାଳ ରହିଥିବା ତନ୍ମୟ କୁମାର ଦରୱାନ ନୂତନ ଉପଜିଲ୍ଲାପାଳ ଶ୍ରୀ ପାତ୍ରଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିବା ସହ କାର୍ୟ୍ୟ ଭାର ଅର୍ପଣ କରିଥିଲେ । ଆଜି ନୂତନ ଉପଜିଲ୍ଲାପାଳ ଶ୍ରୀ ପାତ୍ରଙ୍କୁ ପଦ୍ମପୁର ବିଭିନ୍ନ ବିଭାଗର ପଦାଧିକାରୀମାନେ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ପଦ୍ମପୁର ଉପଖଣ୍ଡର ଜନସାଧାରଣଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ସଂକଳ୍ପ ବଦ୍ଧ ବୋଲି ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ ।

jay balangir
Leave A Reply

Your email address will not be published.

14 + sixteen =