pakka

ଆଜି ବଲାଙ୍ଗିର ଜିଲ୍ଲାରେ ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ସଇଁନ୍ତଲା ବ୍ଲକରୁ ସର୍ବାଧିକ ୪୬ ଆକ୍ରାନ୍ତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଇଁନ୍ତଲା ବ୍ଲକରୁ ସର୍ବାଧିକ ୪୬ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୧ରୁ ୧, ୧୦ରୁ ୨, ୧୩ରୁ ୧, ୧୫ରୁ ୧, ୨ରୁ ୫, ୨୦ରୁ ୩, ୪ରୁ ୧, ୬ରୁ ୧, ୭ରୁ ୨, ୮ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକରୁ ୧୧ ଜଣ, ବଲାଙ୍ଗିର ବ୍ଲକ୍‌ରୁ ୭ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୧୨ ଜଣ, ବେଲପଡ଼ା ବ୍ଲକରୁ ୨୩ ଜଣ, ଦେଓଗାଁ ବ୍ଲକରୁ ୧୯ ଜଣ, ଗୁଡ଼ଭେଲା ବ୍ଲକରୁ ୨୭, କଂଟାବାଂଜି ଏନ୍‌ଏସି ଅଂଚଳରୁ ୬ ଜଣ, ଖପ୍ରାଖୋଲ ବ୍ଲକରୁ ୩୨ ଜଣ, ଲୋଇସିଂହା ବ୍ଲକରୁ ୧୬ ଜଣ, ମୁରିବାହାଲ ବ୍ଲକରୁ ୪ ଜଣ, ପାଟଣାଗଡ଼ ବ୍ଲକରୁ ୩, ପାଟଣାଗଡ଼ ଏନ୍‌ଏସିରୁ ୧, ପୁଇଁନ୍ତଲା ବ୍ଲକରୁ ୬ ଜଣ, ଟିଟିଲାଗଡ଼ ବ୍ଲକରୁ ୮ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୧୮ ଜଣ, ତୁରେକେଲା ବ୍ଲକରୁ ୧୪ ଜଣ ଓ ତୁଷୁରା ଏନ୍‌ଏସି ଅଂଚଳରୁ ୨୦ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.

fifteen + 3 =