pakka

ଆଜିଠୁ ବରଗଡ଼ ସହରରେ ଗଡିବ ସଂକଳ୍ପ ରଥ

kalikesh

ବରଗଡ଼, (ନିରୋଜ କୁମାର ପାଣୀ) : କରୋନାର ଦ୍ବିତୀୟ ଲହରୀ ବର୍ତ୍ତମାନ ଦିନକୁ ଦିନ ତାର କାୟା ବିସ୍ତାର କରୁଥିବା ବେଳେ ବରଗଡ଼ ସହରରେ ମଧ୍ୟ ବେଶ ମାତ୍ରାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏଣୁ ଜରୁରୀକାଳୀନ ସମୟରେ ଲୋକଙ୍କୁ ଚିକତ୍ସାଲୟକୁ ପହଞ୍ଚାଇବା ପାଇଁ ଆଜିଠୁଁ ବରଗଡ଼ ସହରରେ ଆରମ୍ଭ ହୋଇଛି “ସଂକଳ୍ପ ରଥ” ସେବା,(ଅକ୍ସସିଜେନ ଯୁକ୍ତ) । ସଠିକ ସମୟରେ ଲୋକଙ୍କୁ ଉପଯୁକ୍ତ ଅକ୍ସସିଜେନ ଯୁକ୍ତ ସେବା ମିଲିପାରୁ ନଥିବାରୁ ଅକାଳରେ ଅନେକ ଲୋକଙ୍କ ଜୀବନ ହାନୀ ଘଟୁଛି । ଏଣୁ ଏକ ମହତ ଉଦ୍ଦେଶ୍ୟ ନେଇ ସଂକଳ୍ପ ପରିବାର, ବରଗଡ଼ ଦ୍ୱାରା ଆଜିଠୁ ଏହି ସେବା ଆରମ୍ଭ କରାଯାଇଛି ।

ମନ୍ତ୍ରୀ ସୁଶାନ୍ତ ସିଂ ନିଜସ୍ୱ ଉଦ୍ୟମରେ ଏହି ଗାଡିଟିକୁ ଯୋଗାଇ ଦେଇଥିବା ବେଳେ ସଂକଳ୍ପ ପରିବାର ଦ୍ୱାରା ଏହା ପରିଚାଳିତ ହେବ । ଉଚିତ ସମୟରେ ଲୋକଙ୍କ ଉଦ୍ଦେଶ୍ୟରେ ଏହି ସେବା ଯୋଗାଇ ଦେଇଥିବାରୁ ମନ୍ତ୍ରୀ ଶ୍ରୀ ସିଂଙ୍କୁ ସଂକଳ୍ପ ପରିବାର ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

ଏହି ସେବା ପାଇବା ପାଇଁ ସଂକଳ୍ପ ପରିବାରର ରୋହିତ ଜସ୍ବ।ଲ ଓ ଜି. ରମେଶଙ୍କୁ ଫୋନ ନମ୍ବର ୬୩୭୦୯୯୯୬୪୭, ୯୭୭୭୭୭୮୬୭୮ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ବୋଲି ସଂକଳ୍ପ ପରିବାର ମୁଖ୍ୟ ବିକାଶ ଅଗ୍ରୱାଲ ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

four × three =