pakka

ଏବେ ବି ମାନବିକତା ବଞ୍ଚିଛି

kalikesh

କଣ୍ଟାବାଞ୍ଜି, (କୈଳାଶ ସଗ୍ରିିଆ) : କରୋନାର ଦ୍ୱିତୀୟ ଲହରର ଦୟନୀୟ ଅବସ୍ଥାରେ ମଧ୍ୟ ମାନବିକତାର ପରିଚୟ ପ୍ରଦାନ କରିଛନ୍ତି କଣ୍ଟାବାଞ୍ଜିର ରକ୍ତଦାତା ଗଣ । କଣ୍ଟାବାଞ୍ଜି ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକଙ୍କ ପାଇଁ ରକ୍ତ ଦରକାର ପଡୁଛି । ରକ୍ତର ଅଭାବକୁ ପୂରଣ କରିବା ପାଇଁ ଉତ୍ସାହୀ ରକ୍ତଦାତା ମାନେ କରୋନାର ପ୍ରାକୋପକୁ ଭୃକ୍ଷେପ ନକରି ଆଗେଇ ଆସୁଛନ୍ତି ରୋଗୀ ମାନଙ୍କୁ ସାହାଯ୍ୟ କରିବାକୁ । ଆଜି ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ସ୍ୱଇଛ୍ଛାରେ ନିଶିକାନ୍ତ ମହାପାତ୍ର, ୟୁଗ ସୁନା ଓ ବିନୋଦ ବଗର୍ତ୍ତୀ ରକ୍ତଦାନ କରି ବେଲପଡାର ସ୍ୱାତୀ ସୁନା, ପାଟଣାଗଡ଼ ଘୁମେରର ଅହଲ୍ୟା ସାହୁ ଓ କଣ୍ଟାବାଞ୍ଜିର ପ୍ରମିଳା ଘିଭେଲାଙ୍କ ଜୀବନ ରକ୍ଷା କରିଛନ୍ତି । ରକ୍ତ ଯୋଗାଡ କରିବାରେ ସମାଜସେବୀ ଆଶିଷ ଜୈନ,ରବିନାରାୟଣ ଅଗ୍ରୱାଲ ଓ ଥମିର ଛତ୍ରିଆ ସହଯୋଗ କରିଥିଲେ । ବର୍ତ୍ତମାନ ରକ୍ତର ଘୋର ଅଭାବ ଏବଂ କରୋନାର ଭୟାବହତା ଭିତରେ ମଧ୍ୟ ରକ୍ତ ଦେଇଥିବାରୁ ରକ୍ତଦାତାଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି ।

pp
Leave A Reply

Your email address will not be published.

6 + 18 =