om academy

ବାପୁଜୀ ନୋଡାଲ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର କର୍ମଶାଳା ଅନୁଷ୍ଠିତ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି କନ୍ଧକେଲଗାଁ ବାପୁଜୀ ନୋଡାଲ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଢାବାହାଲ ଓ କନ୍ଧକେଲଗାଁ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ସଇଁନ୍ତଲାର ମୁଖ୍ୟ କିରାଣୀ ଅର୍ଜୁନ ପାଣିଗ୍ରାହୀ ଦିଗଦର୍ଶନ ଦେଇଥିଲେ । ମୋ ସ୍କୁଲ ଅଭିଯାନର ବ୍ଲକ ସଂଯୋଜିକା ରଞ୍ଜିତା ମିଶ୍ର କାର୍ଯ୍ୟକ୍ରମର ଆବଶ୍ୟକତା, ସଫଳ ରୂପାୟନର ତାଲିମ ପ୍ରଦାନ କରିଥିଲେ । ଶେଷରେ କାନ୍ଧକେଲଗାଁ ସିଆର୍‌ସିସି ଲକ୍ଷରାଜ ମେହେର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.