ମଦ ଦୋକାନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ୬ ଅଟକ

ସୋର : ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଳି ଦେବା ସଙ୍ଗେ ମଦ ଦୋକାନ ମାଲିକଙ୍କ ଏକ ୪ ଚକିଆ ଯାନକୁ ମଧ୍ୟ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଛନ୍ତି । ଏହି ଘଟଣାରେ ଖନ୍ତାପଡ଼ା ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସୂଚନାନୁଯାୟୀ, ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏନେଇ ମଦ ଦୋକାନ ମାଲିକ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଯାହାକୁ ନେଇ ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳେ ଉତ୍ତେଜନା ଲାଗି ରହିଥିଲା । ତେବେ ଗତକାଲି କେହି ଦୁର୍ବୃତ୍ତ ମଦ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Leave A Reply

Your email address will not be published.

fourteen − 10 =

error: Content is protected !!