pakka

ଖପ୍ରାଖୋଲ ବ୍ଲକରେ ୫୪ ଉତ୍ତେଜନା ପ୍ରବଣ, ୯୦ ଅତି ଉତ୍ତେଜନା ପ୍ରବଣ ବୁଥ ଚି଼ହ୍ନଟ : ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଜାରି, କଡା ସୁରକ୍ଷା ମଧ୍ୟରେ ହେବ ନିର୍ବାଚନ

bbehera

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟୟରେ ଆସନ୍ତା ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବ୍ଲକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଶାନ୍ତି ଶୃଙ୍ଖଳା ସହିତ କିପରି ନିର୍ବାଚନ ହେବ ସେ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହି ବ୍ଲକରେ ସମୁଦାୟ ୨୫୧ଟି ବୁଥ ରହିଥିବା ବେଳେ ସେଥିମଧ୍ୟରୁ ୫୪ଟି ଉତ୍ତେଜନା ପ୍ରବଣ ଏବଂ ୯୦ଟି ଅତି ଉତ୍ତେଜନା ପ୍ରବଣ ବୁଥ ଚି଼ହ୍ନଟ କରାଯାଇଛି । ଅତି ଉତ୍ତେଜନା ପ୍ରବଣ ବୁଥରେ ସିସିଟିଭି ଲଗାଯାଇଥିବା ବେଳେ ପୁଲିସ ପକ୍ଷରୁ ଡ୍ରୋନ କେମେରାର ବ୍ୟବସ୍ଥା କରାଯାଇଥିବା ଜାଣାପଡିଛି । ଏହି ସବୁ ବୁଥ୍‌ ଉପରେ ପୁଲିସ ଓ ପ୍ରଶାସନର କଡା ନଜର ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ କିପରି ସମ୍ପର୍ଣ୍ଣ ହେବ ସେନେଇ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଷ୍ଟ୍ରଙ୍ଗରୁମ କରାଯାଇଥିବା ବେଳେ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ପୋଲିଙ୍ଗ ପାର୍ଟି ଏଠାରେ ପହଞ୍ଚିବାକୁ ଥିବା ବେଳେ ସେମାନଙ୍କ ପାଇଁ ଚାରିଚକିଆ ଜାନ ଆଜି ପହଞ୍ଚି ସାରିଛି । ଏହି ଗାଡ଼ି ଗୁଡିକ ହରିଶଙ୍କର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରେ ରଖାଯାଇଛି । ବଲାଙ୍ଗିର ଏଡିଏମ୍‌ ଅନନ୍ତ ନାରାୟଣ ସିଂ ଲାଗୁରୀ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିବା ସହିତ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଥିଲେ । ପାଟଣାଗଡ଼ ଉପଜିଲ୍ଲାପାଳ ଡକ୍ଟର ବିଜୟା ନନ୍ଦ ସେଠୀ, ଖପ୍ରାଖୋଲ ବ୍ଲକ ନିର୍ବାଚନ ଅଧିକାରୀ ରଶ୍ମି ରଞ୍ଜନ ରାଉତଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ନିର୍ବାଚନ ଶାନ୍ତି ଶୃଙ୍ଖଳାରେ କିଭଳି ଅନୁଷ୍ଠିତ ହେବ ସେନେଇ ଆଲୋଚନା କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

ten − 9 =