jsm

ସ୍ୱସ୍ତି ସାହିତ୍ୟ ସଂସଦର ଆଭାସୀ ସାହିତ୍ୟ ଆସର

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦ ତାର ମାସିକ ସାହିତ୍ୟ ସଂନ୍ଧ୍ୟା କାର୍ଯ୍ୟକ୍ରମକୁ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା । ସଭାରେ ପ୍ରାକ୍ ଭାଷଣ ରଖିଥିଲେ ରାଜକୁମାର ମହାନ୍ତି । ସମ୍ପାଦକ ରାଜୀବ ପାଣି କବିମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟସୂଚୀ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ସାହିତ୍ୟ ସମ୍ପାଦିକା ଅଙ୍ଗୁରବାଳା ପରିଡ଼ା ତାଙ୍କର ସୁସଂଯୋଜନା ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମକୁ ଶେଷଯାଏ ଆଗେଇ ନେଇଥିଲେ । ଏହି ଆଭାସୀ କାର୍ଯ୍ୟକ୍ରମରେ ଓଡ଼ିଶାର ବରେଣ୍ୟ ଦଶଜଣ କବି ଡା. କୃପାସିନ୍ଧୁ ନାୟକ, ଡ଼.ଅପର୍ଣ୍ଣା ମହାନ୍ତି, ସୌଭାଗ୍ୟବନ୍ତ ମହାରଣା, ସୁରେଶ କୁମାର ନାୟକ, ଡା.ଅମୀୟ ରଞ୍ଜନ ମହାପାତ୍ର, ରାଜକିଶୋର ଦାସ, ସ୍ବପ୍ନା ମିଶ୍ର, ଶର୍ମିଷ୍ଠା ସାହୁ, ଦେବବ୍ରତ ଦାସ ଓ ଦେବବ୍ରତ ଜେନା ପ୍ରମୁଖ ତାଙ୍କର କବିତା ପାଠ କରିଥିଲେ । ପଦ୍ମଶ୍ରୀ ବାବା ବଳିଆଙ୍କ “ଆଧ୍ୟାତ୍ମିକ ଦର୍ଶନରେ ସାମାଜିକ ଅନ୍ତଃସ୍ବର “ଶୀର୍ଷକରେ ମହାନ୍ ବାଗ୍ମୀ ପୁରୁଷ ଓ ବାବା ବଳିଆଙ୍କ ଶିଷ୍ୟ ତଥା ଆନ୍ତର୍ଜାତୀୟ ଗୀତା ମିଶନର ଅଧ୍ୟକ୍ଷ ସ୍ଵାମୀ ଚିଦାନନ୍ଦ ବାବା ବଳିଆଙ୍କର ମାନବବାଦୀ ଚେତନଧର୍ମୀ ଜୀବନଶୈଳୀ ହିଁ ତାଙ୍କ ଆଧ୍ୟାତ୍ମ ଦର୍ଶନର ମୂଳ ମନ୍ତ୍ର ବୋଲି ଦର୍ଶାଇବାକୁ ଯାଇ ଉଦାହରଣ ଛଳରେ ବାବାଙ୍କ ସହ ପ୍ରତ୍ୟକ୍ଷ ଅନୁଭୂତିର ବହୁ ମୂଲ୍ୟବାନ କଥା ସବୁ ବଖାଣିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ସ୍ବସ୍ତିର ଉପସଭାପତି ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ତାଙ୍କର ଶ୍ରୋତ୍ରୀୟ ଅଭିବ୍ୟକ୍ତି ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଭାଷୀ ସଭାରେ ବହୁଳ ସଂଖ୍ୟକ ସାହିତ୍ୟ ପ୍ରେମୀ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

yuvodaya
Leave A Reply

Your email address will not be published.