pakka

ପ୍ରେମ ଦିବସରେ ପ୍ରେମର ସ୍ମାରକୀ : ଝୁରୁଛି ଅତୀତ ଅଛି ମୂକସାକ୍ଷୀ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଭାଲେଣ୍ଟାଇନ୍ ବା ପ୍ରେମ ଦିବସ । ପ୍ରେମ ଦିବସରେ ସୁବର୍ଣ୍ଣପୁର ସହରରେ ଥିବା ଅନନ୍ୟ ପ୍ରେମର ସ୍ମାରକୀ ଶଶୀସେଣା ମନ୍ଦିର ବା ନିମୁହିଁ ଦେଉଳ ଜନମାନସକୁ ଆନ୍ଦୋଳିତ କରିଆସୁଛି । ଅଷ୍ଟମ ନବମ ଶତାଦ୍ଦୀରୁ ଜନମାନସରେ ରହି ଆସିଥିବା ଏହି ସ୍ବର୍ଣ୍ଣିମ ପ୍ରେମର ସ୍ମାରକୀ ଭାବେ ଖ୍ୟାତ ନିମୁହିଁ ଦେଉଳ ଆଜି ବି ସେଦିନର ପ୍ରେମୀଯୁଗଳ ଅହିମାଣିକ୍ୟ ଓ ଶଶୀସେଣାଙ୍କ ଅମର ପ୍ରେମର କଥା କବିତାକୁ ହେଜୁ ଥିବା ବେଳେ ସୁଖୀ ଦାମ୍ପତ୍ୟ ଜୀବନ ଲକ୍ଷ୍ୟରେ ଦମ୍ପତିମାନେ ନିମୁହିଁ ମନ୍ଦିରକୁ ଯାଇ ଶ୍ରଦ୍ଧାର ଗୋଳାପ ଫୁଲ ଦେବାର ପରମ୍ପରା ରହିଛି । ଖାଲି ସେତିକି ନୁହେଁ, ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ମିଳନସ୍ଥଳୀ ସୁବର୍ଣ୍ଣପୁର ମାଟିକୁ ଏକ ଭିନ୍ନ ଦର୍ଜା ଦେଇ ଆସୁଛି ଏହି ସ୍ମାରକୀ । ଏପରିକି ଅହିମାଣିକ୍ୟ ଓ ଶଶୀସେଣାଙ୍କ ଅପୂର୍ବ ପ୍ରେମ କାହାଣୀକୁ ନେଇ ୧୭ ଶତାଦ୍ଦୀରେ ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ପ୍ରତାପ ରାୟଙ୍କ ଦ୍ବାରା ରଚିତ ହୋଇଛି ଶଶୀସେଣା କାବ୍ୟ । ଏକ ବିରଳ ପ୍ରେମଗାଥାକୁ ନେଇ ରଚିତ କାବ୍ୟଟି ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିବା ବେଳେ ପ୍ରେମକୁ ନେଇ ପ୍ରକାଶିତ କାବ୍ୟଗ୍ରନ୍ଥଟି ସମଗ୍ର ବିଶ୍ବସ୍ତରର କବି, ଲେଖକ, ଗବେଷକ, ପର୍ଯ୍ୟଟକ ଓ ଐତିହାସିକଙ୍କୁ ଆକର୍ଷିତ କରି ରଖିଛି । ଶଶୀସେଣା ସ୍ମାରକୀ ବା ନିମୁହିଁ ମନ୍ଦିରଟି ସୁବର୍ଣ୍ଣପୁର ସହରର କଚେରୀ ଛକ ପାଖରେ ରହିଥିବା ବେଳେ ସୁବର୍ଣ୍ଣପୁର ରାଜ୍ୟର ତତ୍କାଳୀନ ମହାରାଜ ବୀରମିତ୍ରୋଦୟ ଆଜିର ଭବ୍ୟ ମନ୍ଦିରକୁ ନିର୍ମାଣ କରିଥିଲେ ।

jay balangir
Leave A Reply

Your email address will not be published.

four × three =