pakka

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସଂଗ୍ରାମ କେଶରୀ ମହାପାତ୍ରଙ୍କ ୨ଟି ପୁସ୍ତକ ଉନ୍ମୋଚିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱନାମଧନ୍ୟ ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ ୨ଟି ପୁସ୍ତକର ଶୁଭ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ଦୁଇଟି ହେଉଛି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଜ୍ଞାନପୀଠ ବିଜେତା ପଦ୍ମବିଭୂଷଣ ସତୀକାନ୍ତ ମହାପାତ୍ରଙ୍କ ମାତ୍ମଜୀବନୀର ଇଂରାଜୀ ଅନୁବାଦ ‘ମାଇଁ ଫାର୍ଷ୍ଟ ଥାର୍ଟି ଫାଇଫ୍‌ ଇଅର୍ସ’ ଏବଂ ଲେଖକ ସ୍ୱରଚିତ ଓଡିଆ ପୁସ୍ତକ – ‘ଗାଁରେ ସେହି ସବୁ ଦିନ’ । ପ୍ରଥମ ପୁସ୍ତକଟି ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ’ ଦ୍ୱାରା ଏବଂ ଦ୍ୱିତୀୟ କଟକର ‘ବିଜୟ ବାର୍ତ୍ତା’ ପ୍ରକାଶନ ହୋଇଛି । ପୁସ୍ତକ ଦୁଇଟିର ଉନ୍ମୋଚନ କାର୍ଯ୍ୟକ୍ରମରେ ଲେଖକଙ୍କ ଧର୍ମପତ୍ନୀ ଶ୍ରୀମତୀ ଧରିତ୍ରୀ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଲେଖକ ଶ୍ରୀ ମହାପାତ୍ର, ଜଗତସିଂହପୁର ଜିଲ୍ଲାପାଳ ଥିବା ବେଳେ ତାଙ୍କ ଲିଖିତ ଅନ୍ୟ ଏକ ପୁସ୍ତକ ‘ସୁନ୍ଦରଗଡ ଡାଏରୀ’ ମଧ୍ୟ ଗତବର୍ଷ ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ଲିଖିତ ୫ଟି କ୍ଷୁଦ୍ର ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ, ୨ଟି ଜନଜାତି କବିତା ସଂକଳନ, ୨ଟି ଅନୁବାଦ ଓ ୨ଟି ଅନ୍ୟାନ୍ୟ ରଚନା ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ଉପରୋକ୍ତ ପୁସ୍ତକ ଦୁଇଟିର ପ୍ରକାଶନ ଅବସରରେ ଲେଖକ ଶ୍ରୀ ମହାପାତ୍ରଙ୍କୁ ବୁଦ୍ଧିଜୀବୀ ତଥା ସାହିତ୍ୟିକମାନଙ୍କ ମହଲରୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ତାଙ୍କର ଲେଖକୀୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି ।

jay balangir
Leave A Reply

Your email address will not be published.

10 − seven =