pakka

ନବରଙ୍ଗପୁର ଜିଲ୍ଲା ଗସ୍ତ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

bbehera

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମୀମାନେ ସ୍ୱାଗତ କରିଥିଲେ । ପରେ ମନ୍ତ୍ରୀଙ୍କୁ ଏକ ବାଇକ ରାଲିରେ ନବରଙ୍ଗପୁର ସହର ମଧ୍ୟରେ ପାଛୋଟି ନେଇଥିଲେ । ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ରେଳ ମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗସ୍ତ ଅବସରରେ ରେଳ ମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଦାବୀକୁ ଗ୍ରହଣ କରିଥିଲେ । ସ୍ଥାନୀୟ ସର୍କିଟ ହାଉସରେ ମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଉଭୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଜିଲ୍ଲାରେ ରେଳ ପ୍ରକଳ୍ପର କାମ ଖୁବଶୀଘ୍ର କରାଯିବ ବୋଲି କହିଥିଲେ ।

jay balangir
Leave A Reply

Your email address will not be published.

8 − six =

error: Content is protected !!