pakka

କାଲି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ : ଦେଓଗାଁରେ ଦ୍ରୁତଗାମୀ ରେଳ ରହଣୀ ଦାବୀ ଉପରେ ପଡ଼ିବ କି ନଜର ?

bbehera
  • ରେଳଷ୍ଟେସନର ଉନ୍ନତିକରଣ ଦୁର୍ନୀତି ପ୍ରତି ଦୃଷ୍ଟି ଦେବେ କି ?
  • ବିପଦ ସଙ୍କୁଳ ଅବସ୍ଥାରେ ଓଭର ବ୍ରିଜ
  • ପଦାରେ ପଡୁଛି ଷ୍ଟେସନର ନିମ୍ନମାନର କାମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନରେ ଏକ୍ସପ୍ରେସ ରହଣି ଦାବୀ ନେଇ ଦେଓଗାଁ ଷ୍ଟେସନରେ ୬ ଘଣ୍ଟିଆ ରେଳରୋକ ହେବା ପରେ ରେଳ ଷ୍ଟେସନର ଉନ୍ନତି କରଣ ହୋଇଛି । କିନ୍ତୁ ଏହି ଉନ୍ନତିକରଣରେ ବଡଧରଣର ଦୁର୍ନୀତି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରେଳବାଇ କୋଟି କୋଟି ଟଙ୍କାରେ ରେଳ ଷ୍ଟେସନର ବିକାଶ କରିଥିଲେ ବି ନିମ୍ନମାନର କାମ ଯୋଗୁଁ ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା ବୋଲି ଆଲୋଚନା ହେଉଛି । ରାତିକ ପରେ ବଲାଙ୍ଗିର ଗସ୍ତରେ ଆସୁଥିବା କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ରେଳଷ୍ଟେସନ ଉନ୍ନତି କରଣରେ ହୋଇଥିବା ଦୁର୍ନୀତି ପ୍ରତି ଦୃଷ୍ଟି ଦେବେ କି ଆଡ ଆଖି କରି ଚାଲି ଯିବେ ତାକୁ ନେଇ ଦେଓଗାଁ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଯାଇଛି । ଦେଓଗାଁ ରେଳ ଷ୍ଟେସନରେ ବିକାଶ ପାଇଁ ୨୦୧୮ ମସିହାରେ ୩ କୋଟି ଟଙ୍କା ଆସିଥିଲା । ଏହି ଟଙ୍କାରେ ଷ୍ଟେସନକୁ ରାସ୍ତା ନିର୍ମାଣ, ପ୍ଲାଟଫର୍ମ, ଓଭର ବ୍ରିଜ ନିର୍ମାଣ ହୋଇଥିଲା । କିନ୍ତୁ ବ୍ୟବହାର ହେବା ଆଗରୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଫାଟି ଚୁରମାର ହୋଇଥିବା ବେଳେ ପ୍ଲାଟଫର୍ମ ଭିତରେ ଲାଗିଥିବା ଟାଇଲ୍ସ ଭାଙ୍ଗି ଯାଇଥିବା ବେଳେ ଓଭର ବ୍ରିଜର ପାହାଚ ଭାଙ୍ଗି ଝୁଲି ରହିଛି । କେନ୍ଦ୍ର ସରକାରଙ୍କ ରେଳବାଇ କରିଥିବା କାମ ଯଦି ଏତେ ନିମ୍ନମାନର ତାହେଲେ ଅନ୍ୟ ବିଭାଗର କାମ କିଭଳି ହେଉଥିବ ତାହା ସହଜେ ଅନୁମେୟ । ଏହି ରେଳ ଷ୍ଟେସନରେ ହୋଇଥିବା ନିମ୍ନମାନର କାମକୁ ନେଇ ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓ ରେଳବାଇର ଦୃଷ୍ଟି ଆକର୍ଷଣ କରିଥିଲେ ବି ବିଭାଗ କୋୖଣସି ପଦକ୍ଷେପ ନେଇ ନ ଥିବାରୁ ରେଳବାଇର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ରେଳମନ୍ତ୍ରୀଙ୍କ ଗସ୍ତ ଥିବାରୁ ଏହି କାମକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଛି । ଏନେଇ ରେଳ ବିଭାଗର ବଲାଙ୍ଗିର ଯନ୍ତ୍ରୀଙ୍କୁ ପଚାରିଲେ ଏବେ କିଛି କହିହେବ ନାହିଁ, ମନ୍ତ୍ରୀ ଆସୁଛନ୍ତି ବୋଲି କହୁଥିବାରୁ ତାଙ୍କ ଭୂମିକାକୁ ନେଇ ସନ୍ଧେହ ଦେଖା ଦେଇଛି । ସୂଚନା ଯୋଗ୍ୟ ଯେ, ଗତ ୨୦୧୮ମସିହା ଅଗଷ୍ଟ ୩ତାରିଖ ଦିନ ହଜାର ହଜାର ଜନ ସାଧାରଣ ଦେଓଗାଁ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ ନେଇ ଦୀର୍ଘ ସମୟ ରାସ୍ତା ରୋକ କରିଥିଲେ । ସେହିଦିନ ୧ଟା ପରେ ରେଳ ବିଭାଗ ପକ୍ଷରୁ ଅତିରିକ୍ତ ଆଞ୍ଚଳିକ ଯନ୍ତ୍ରୀ ଆସି ମାତ୍ର ୭ ଦିନ ଭିତରେ ୧୮୩୦୧/୧୮୩୦୨ ତପସ୍ୱିନୀ ଏକ୍ସପ୍ରେସ ରହିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ଅନ୍ୟତ୍ତମ ଦାବୀ ପୁରୀ ଦୁର୍ଗ ଏକ୍ସପ୍ରେସ ରହଣି ପାଇଁ ଡିଆର୍‌ଏମ୍‌ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଜଣାଇବେ ବୋଲି କହିବାରୁ ଆନ୍ଦୋଳନ ବନ୍ଦ ହୋଇଥିଲା । ସେହି ପ୍ରତିଶୃତି ରେଳ ବିଭାଗର ମନେ ନ ପଡ଼ିବାରୁ ପୁଣି ୧୭।୨।୧୯ରୁ ୧୯ ପର୍ଯ୍ୟନ୍ତ ଷ୍ଟେସନ ସମ୍ମୁଖରେ ଧାରଣା ଦେବା ପରେ ୨୦ତାରିଖ ଦିନ ରେଲରୋକ ହୋଇଥିଲା । ପୂର୍ବପରି ସେହିଦିନ ଦେଓଗାଁ, ଗୁଡ଼ଭେଲା ଓ ସଇଁନ୍ତଲା ଅଞ୍ଚଳରୁ ଶତାଧିକ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ସାମିଲ ହୋଇ ଏକ୍ସପ୍ରେସ ଟ୍ରେନ ନ ରହିବା ପର୍ଯ୍ୟନ୍ତ ରାସ୍ତା ରୋକ ଆନ୍ଦୋଳନ ବନ୍ଦ କରାଯିବ ନାହିଁ ବୋଲି ଜିଦ୍ ଧରିଥିଲେ । ସେହିଦିନ ମଧ୍ୟ ଏସିଏମ ଅର୍ଥାତ ଅତିରିକ୍ତ ବାଣିଜ୍ୟ ପରିଚାଳକ ଓ ବାଣିଜ୍ୟ ନିରୀକ୍ଷକ ଆସି ପୁଣି ୭ଦିନ ମଧ୍ୟରେ ଏକ୍ସପ୍ରେସ ରହିବ ବୋଲି ପ୍ରତିଶୃତି ଦେଇ ଯାଇଥିଲେ ।

jay balangir
Leave A Reply

Your email address will not be published.

eighteen + 2 =

error: Content is protected !!