p purohi

ନବମୀ ଦିନରେ ବନଦୁର୍ଗା ଦେବୀଙ୍କ ସିଦ୍ଧିଦାତ୍ରୀ ବେଶରେ ପୂଜାର୍ଚ୍ଚନା ଓ ନବକୁମାରୀ ପୂଜା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ଚୈତ୍ର ବାସନ୍ତିକ ଦୁର୍ଗାପୂଜାର ନବମୀ ଦିନରେ ସିଦ୍ଧିଦାତ୍ରୀ ରୂପରେ ଧରାପୃଷ୍ଟରେ ଅବତରଣ କରି ଭକ୍ତ ବତ୍ସଳଙ୍କୁ ଦର୍ଶନ ଦେଇଥିଲେ । ମନୋରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଦିବ୍ୟାଭାରତି ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ତତ୍ୱାବଧାନରେ ଦେବୀ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ୭ ଘ.ସମୟରେ ପାର୍ଶ୍ୱ ଦେବାଦେବୀ ଓ ସୂର୍ଯ୍ୟଦେଵତାଙ୍କୁ ଆବାହନ କରି ସାରିବା ପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପରେ ଶାସ୍ତ୍ର ଅନୁଯାଇ ୯ଜଣ କୁମାରି କନ୍ୟାଙ୍କୁ ଦୁର୍ଗାଙ୍କ ନଅ ଗୋଟି ଅବତାରରେ ମାଁ ମାଉସୀ ମାନେ ଗୋଡ଼ ଧୋଇ, ଅଳତା, କଜଳ ଫୁଲ ଚନ୍ଦନ ଦେଇ ପୂଜାଅର୍ଚ୍ଚନା କରିଥିଲେ । ଚଣ୍ଡିପାଠକ ଗିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ଡା, ଦେବେନ୍ଦ୍ର ତ୍ରିପାଠୀ, ରାଜେଶ ନନ୍ଦ, ବନଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପଣ୍ଡା (ସୁରୁ), ଲକ୍ଷ୍ମୀ ମନ୍ଦିର ପୂଜକ ଉଦୟ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ ଘଣ୍ଟ, ବାଦ୍ୟରେ ଭକ୍ତ ବତ୍ସଲଙ୍କ ଭକ୍ତିରେ ବନ ଦୁର୍ଗା ମନ୍ଦିର କମ୍ପି ଉଠୁଥିଲା । ଗୌରାଙ୍ଗ ବାରିକ ସମେତ ମନ୍ଦିର ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ୍ୟ ଅନିଲ କୁମାର ବେହେରା, ମନ୍ଦିର କର୍ମକର୍ତା ସୁଶାନ୍ତ ପଧାନ, ଗଜାନନ ଶର୍ମା, ପ୍ରତାପ ମିଶ୍ର, ଗଜାନନ ଅଗ୍ରୱାଲ, ଉମେଶ ଚନ୍ଦ୍ର ସାହୁ, ବିଷ୍ଣୁ ଥପା, ନାରାୟଣ ଭୋଇ, ବୁଧୁ ସାହୁ, ସରୋଜ ଯୋଶୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସହଯୋଗ କରିଥିଲେ । ସନ୍ଧ୍ୟା ୭.୩୦ ମି.ସମୟରେ ସନ୍ଧ୍ୟା ମହା ଆଳତି ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି କମିଟି ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତା କାଲି ୭ ତାରିଖ ସୋମବାର ଦିନ ସକାଳ ୯.୦ ଘଣ୍ଟା ସମୟରେ ନବ ଦିନାତ୍ମକ ବାସନ୍ତିକ ଦୁର୍ଗାପୂଜାର ପୂର୍ଣ୍ଣାହୂତି ପଡିବ ।

nrusinghnath
Leave A Reply

Your email address will not be published.