pakka

ଭାରତୀୟ ବିରଳ ମୃତ୍ତିକା କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର ସଂଘ ସହ-ଅନୁବନ୍ଧିତ ରେର୍ ଏର୍ଥସ୍ ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ଛତ୍ରପୁର ମାଟିଖାଲ ନିକଟସ୍ଥ ଭାରତୀୟ ବିରଳ ମୃତ୍ତିକା କମ୍ପାନୀ ପ୍ରକଳ୍ପ ନିକଟରେ ଥିବା ସଂଘ କାର୍ଯ୍ୟାଳୟ ପରିସରରେ ଗତକାଲି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ସଂଘର ଅନୁଷ୍ଠିତ ବାର୍ଷିକ ଅଧବେଶନରେ ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡାଙ୍କ ସମେତ ପ୍ରଭାରୀ ଗିରୀଶ୍ ମହନ୍ତ, ରାଜ୍ୟ ସମ୍ପାଦକ (ପିଏସ୍‌ୟୁ) ଶ୍ରୀନିବାସ ରାଓଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ପୃଥ୍ୱୀରାଜ ପଣ୍ଡା, ରମେଶ ଦାଶ କାର୍ଯ୍ୟକାରୀ ସଭାପତି ଭାବେ, ଘନଶ୍ୟାମ ସାହୁ ଉପ ସଭାପତି ଭାବେ, ସାଧାରଣ ସମ୍ପାଦକ ଭାବେ ନିତ୍ୟାନନ୍ଦ ବେହେରା, ସହସମ୍ପାଦକ ଭାବେ ସୁବାସ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଧର୍ମେନ୍ଦ୍ର ମାଝୀ, ସହସମ୍ପାଦକ ଭାବେ ବିଜୟ କୁମାର ସେଠୀଙ୍କୁ ସର୍ବସମ୍ମତି କ୍ରମେ ମନୋନ୍ନୀତ କରାଯାଇଥିଲା । ସଂଘର ପକ୍ଷରୁ ଆଗାମୀ ଦିନରେ ଠିକା ଶ୍ରମିକଙ୍କୁ ବିଭିନ୍ନ ସଂସ୍ଥାନରେ ନିୟୋଜନ କରିବା ସାଂଗକୁ ଆଇ.ଆର୍‌.ଇ.ଏଲ୍‌. କମ୍ପାନୀରେ ନିୟୋଜନ କରିବା, ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଂଘ ବିହିତ ପଦକ୍ଷେପ ଗ୍ରହଣ କରିବା ଦିଗରେ ସହାୟକ ହେବ ବୋଲି ସଂଘ ପ୍ରତିଶୃତି ଦେଇଛନ୍ତି । ସର୍ବୋପରି ନିଯୁକ୍ତି ଭିତ୍ତିକ ସମସ୍ତ ବ୍ୟବସ୍ଥା ସହ ବହୁ ଯୁବକୁଶଳୀ ଶ୍ରମିକଙ୍କୁ ଥଇଥାନ ଓ ନିୟୋଜନ ଦିଗରେ ସଂଘ ତୀକ୍ଷ୍ଣ ନଜର ଦେବ ବୋଲି ସଂଘର କର୍ମକର୍ତ୍ତାଗଣ ପ୍ରତିଶ୍ରୁତି ଦେଇଛନ୍ତି । ୟୁନିୟନକୁ ଦୃଢ଼ୀଭୂତ କରିବା ଦିଗରେ ଶ୍ରମିକମାନେ ସବୁକ୍ଷେତ୍ରରେ ସଂଘବଦ୍ଧ ହୋଇ ପ୍ରଶାସନ ସହ ଲଢ଼ିବାକୁ ହେବ ବୋଲି ୟୁନିୟନର ମୁଖପାତ୍ର ରମେଶ ଚନ୍ଦ୍ର ଦାଶ୍ ବୈଠକରେ ଦର୍ଶାଇଛନ୍ତି ।

jay balangir
Leave A Reply

Your email address will not be published.

ten + seventeen =

error: Content is protected !!