pakka

ଜିଲ୍ଲାସ୍ତରୀୟ ଆଥଲେଟିକ ମିଟ୍‌

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡ଼ା ସାଂସଦ ପକ୍ଷରୁ ଜିଲ୍ଲାସ୍ତରୀୟ ଆଥଲେଟିକ ମିଟ୍‌ ୨୦୨୧ ଆଜି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ସହ କ୍ରୀଡ଼ା ମସାଲକୁ ସ୍ଥାପନ କରିଥିଲେ । ଦୁଇ ଦିନ ଧରି ହେବାକୁ ଥିବା ଏହି ଆଥଲେଟିକ ମିଟ୍‌ରେ ଜିଲ୍ଲାର ସ୍କୁଲ, କଲେଜ ତଥା କ୍ଲବ ଗୁଡ଼ିକର ବିଭିନ୍ନ ବର୍ଗର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଛନ୍ତି । ଆଜି ସକାଳୁ ବରଗଡ଼ର ଗ୍ରାମ ଦେବୀ ମା’ ସମଲେଶ୍ଵରୀଙ୍କ ମନ୍ଦିରରୁ ମସାଲ ଅଣାଯାଇ ସହର ପରିକ୍ରମା କରିଥିଲେ । ପରେ ଏହାକୁ ମୁଖ୍ୟ ଅତିଥି ସ୍ଥାପନ କରି ମିଟ୍‌ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର ମିଶ୍ର, କ୍ରୀଡା ସମ୍ପାଦକ ହରଦୀପ ସିଂ, କ୍ରିକେଟ ସମ୍ପାଦକ ରବିନାରାୟଣ ପଣ୍ଡା, କାଉନସିଲ ସଭ୍ୟ ଦିଲ୍ଲିପ ସିଉଡିଆ, ଡାକ୍ତର ଶୁଭ୍ରାଂଶୁ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

12 − 10 =