pakka

କେନାଲ ବନ୍ଧ ନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର

bbehera

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧିନସ୍ଥ ରାଣିତାଲ କୁପାରି ମୁଖ୍ୟ ରାସ୍ତାରୁ ଯାଇଥିବା ସାଲୋଛକ କେନାଲ ବନ୍ଧ ନିକଟରୁ ଆଜି ଏକ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଶିଶୁଟି ଦୁଇ ଦିନ ଧରି ବୁଦା ମୂଳରେ ପଡ଼ିଥିବାରୁ ଫୁଲିଯାଇ ଦୁର୍ଗନ୍ଧ ବାହାରୁଛି । ତେବେ ଏହା ଶିଶୁ ପୁତ୍ର କି ଶିଶୁ କନ୍ୟା ତାହା ସ୍ପଷ୍ଟ ହୋଇନାହିଁ । କୁମାରୀ ମାତୃତ୍ଵ ଯୋଗୁଁ କେହି ଶିଶୁଟିକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Leave A Reply

Your email address will not be published.

18 − six =