ଖେଳ ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ପିଏଚ୍‌ଡି ଖେଳ ପଡିଆ ନିକଟରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ । ମୃତକ ୮ ନମ୍ବର ଓ୍ୱାର୍ଡର ସୁରଜ ରାମ୍‌ ବୋଲି ଜଣାପଡିଛି । ଶନିବାର ସଂଧ୍ୟାରେ କିଛି ଲୋକ ମୃତଦେହ ପଡିଥିବାର ଦେଖି ବଡ଼ବିଲ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ପୋଲିସ ।

Leave A Reply

Your email address will not be published.