ଟ୍ରକରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ମୃତ

csstore

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ଥାନା କରକଚିଆ ଛକ ଠାରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି । ମୃତକ ଦୁଇ ଜଣ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଧୀନ ସନ୍ଧିବାହାଲ ଗ୍ରାମର ଦିଲୀପ ବେହେରା ଓ ରମେଶ ମହାକୁର । ଉଭୟେ ଗତକାଲି ରାତି ୯.୪୫ ରେ କୌଣସି କାମରେ ଝରନିପାଲିକୁ ଯାଉଥିବା ବେଳେ ପୂର୍ବରୁ କରକଚିଆ ଛକ ସ୍କୁଲ ନିକଟରେ ଖରାପ ହୋଇ ଅଟକି ଥିବା ଟ୍ରକ ପଛପଟେ ପିଟି ହୋଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାୟପୁର ଯାଉଥିବା ଟ୍ରକଟି ଗତ ୫ ଦିନ ହେଲା ଖରାପ ହୋଇ ରାସ୍ତାରେ ପଡ଼ି ରହିଥିବା ବେଳେ ତାକୁ ହଟାଇବା ଦିଗରେ ପୋଲିସ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅକାଳରେ ଦୁଇଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.