ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ଜନ୍ମଦିନରେ ରକ୍ତଦାନ ଶିବିର

csstore

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : “ଜନ ସେବା ହିଁ ସର୍ବୋଚ୍ଚ ସେବା” ବାର୍ତ୍ତାକୁ ଆଗରେ ରଖି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ପୂର୍ବତନ କମାଣ୍ଡୋ ଗିରିରାଜ ସିଂ ମାଝୀଙ୍କ ଜନ୍ମଦିନ ଅବସରରେ ବୁଧବାର କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଅବସରରେ ଗିରିରାଜ ସିଂ ମାଝୀ ଏବଂ ତାଙ୍କ ସ୍ତ୍ରୀ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ନିରୁପମା ମାଝୀ, ସ୍ୱୟଂ ରକ୍ତଦାନ କରି ସମାଜ ପ୍ରତି ସେବାର ବାର୍ତ୍ତା ଦେଇଥିଲେ । ସେମାନଙ୍କ ସହ ବହୁ ସଂଖ୍ୟକ ଯୁବକ, ସାମାଜିକ କର୍ମୀ ଓ ସ୍ୱେଚ୍ଛାସେବୀ ମଧ୍ୟ ରକ୍ତଦାନ କରିଥିଲେ । ଏହି ଅବସରରେ ଯୁବବର୍ଗଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ରକ୍ତଦାନ କରି ମାନବ ସେବାରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା । “ଆସନ୍ତୁ ରକ୍ତଦାନ କରିବା, ଜୀବନ ବଞ୍ଚାଇବା” ସ୍ଲୋଗାନ ସହ ଆୟୋଜିତ ଏହି ଶିବିରରେ ସ୍ୱେଚ୍ଛାସେବୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ସମାଜରେ ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହ ଆବଶ୍ୟକ ସମୟରେ ରୋଗୀଙ୍କ ପାଇଁ ରକ୍ତର ଅଭାବ ଦୂର କରିବା ଉଦ୍ଦେଶ୍ୟରେ ଏଭଳି ମହତ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.