jayashree

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣିପାଲି ପଂଚାୟତ କନଫରେନ୍ସ ହଲ ଠାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁନିତା ସାହୁ ଯୋଗ ଦେଇଥିବା ବେଳେ ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣୀ ମହାପାତ୍ର, ପ୍ରାଣୀ ସମ୍ପଦ ଅଧିକାରୀ ରଜତ କୁମାର ପଣ୍ଡା, ଓଡିଶା ଜୀବିକା ମିଶନର ଜ୍ଞାନ ରଞ୍ଜନ ସା ପାମ ଅଏଲର ଶୁଭମ ସେନାପତି ପ୍ରମୁଖ ମଞ୍ଚାସିନ ରହି ଚାଷୀ କିପରି ସରକାରୀ କୃଷି ଭିତ୍ତିକ ଯୋଜନା ସମ୍ପର୍କିତ ବ୍ୟବସ୍ଥା ଉପରେ ସଚେତନ ହୋଇପାରିବ ଓ ଲାଭ ପାଇ ସଶକ୍ତ ହୋଇପାରିବ ସେ ଉପରେ ମତାମତ ଉପସ୍ଥାପନ କରିଥିଲେ । ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଗୋବିନ୍ଦ ଚନ୍ଦ୍ର ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଝରଣିପାଲି ପଞ୍ଚାୟତ ତଥା ଆଖପାଖ ଗ୍ରାମାଞ୍ଚଳରୁ ମହିଳା ଚାଷୀ ଓ ସ୍ୱୟଂ ସହାୟକ ଦଳର ସଭ୍ୟା ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଗ୍ରାମ୍ୟ କୃଷି ସହାୟକ ବୈକୁଣ୍ଠ ଜଗତ, ବସନ୍ତ କୁମାର ଛୁରିଆ, କୃଷକ ସାଥି ଅଚ୍ୟୁତାନନ୍ଦ କୁମ୍ଭାର, ପଲ୍ଲୀ ଆଲୋକ ପାଠାଗାରର ରଞ୍ଜନ ପାଣ୍ଡେ, ସୁଶାନ୍ତ ସା, ଆଶିଷ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.