ଘନ କଳା ରାତିରେ ମୃତ୍ୟୁର ତାଣ୍ଡବ

csstore
  • ଚିତ୍ତି ସାପ ଦଂଶନରେ ଚାଲିଗଲା ୭ ବର୍ଷର ଶିଶୁର ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘନ କଳା ରାତି ଚାରିଆଡ଼େ ନିସ୍ତବ୍ଧତା । ଆଉ ସେହି ଅନ୍ଧାର ଭିତରେ ନିରବରେ ପଶି ଆସିଥିଲା ମୃତ୍ୟୁ । ମାତ୍ର ଗୋଟିଏ ସାପ ଦଂଶନ ଛଡ଼ାଇ ନେଲା ଏକ ପରିବାରର ସବୁ ଖୁସି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ପୋଡ଼ଛାପର ମହାକୁରପାଲି ଗ୍ରାମରେ ସାପ କାମୁଡ଼ାରେ ୭ ବର୍ଷର ଶିଶୁକନ୍ୟା କମଳିନୀ ମହାକୁରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, କମଳିନୀ ଗତ ରାତିରେ ଘର ତଳେ ଶୋଇଥିବା ବେଳେ ଏକ କଳା ଓ ଧଳା ରଙ୍ଗର ସାପ ତାଙ୍କୁ ଦଂଶନ କରିଥିଲା । ପରିବାର ଲୋକେ ସାପଟିକୁ ଘର ଭିତରେ ବୁଲୁଥିବା ଦେଖିଥିଲେ । ପ୍ରାଥମିକ ଭାବେ ଏହା ଚିତ୍ତି ସାପ ବା କମନ କ୍ରେଟ ପ୍ରଜାତିର ହୋଇଥିବା ଅନୁମାନ କରାଯାଉଛି । ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଆଜି ଭୋରରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଝିଅକୁ ହରାଇବାର ଅସୀମ ଦୁଃଖ ଭିତରେ ମଧ୍ୟ ପରିବାର ନେତ୍ରଦାନ କରି ମାନବିକତାର ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ବର୍ଷା ଦିନରେ ସାପଙ୍କ ଉପଦ୍ରବ ବଢ଼ୁଥିବାରୁ ରାତିରେ ବିଶେଷ ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଟିକିଏ ସତର୍କତା ହିଁ ଏଭଳି ଅମୂଲ୍ୟ ଜୀବନକୁ ବଞ୍ଚାଇପାରିବ । ମୃତକଙ୍କ ଶବ ବ୍ୟବଛେଦ ଭୀମ ଭୋଇରେ ସମାପନ ନେଲା ପରେ ଆଜି ଅପରାହ୍ନ ୧ଟା ୩୦ମିନିଟ ସମୟରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଯାଇଛି ।

Leave A Reply

Your email address will not be published.