ବିପଦରେ ବିସ୍ଥାପିତ ଗୋ ସମ୍ପଦ : ଗାଡି ଧକ୍କାରେ ୭ ଗାଈ ମୃତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଗତକାଲି ତାଳଚେର ଗୋଡ଼ିବନ୍ଧ ରାସ୍ତାରେ ଅଜଣା ଗାଡି ସାତ ଭୋଟି ଗାଈକୁ ମଡ଼େଇ ଫେରାର ହୋଇ ଯାଇଥିବା ଖବର ଆମର ହସ୍ତଗତ ହୋଇଛି । ଗ୍ରାମଗୁଡିକ ଖଣି ଦ୍ୱାରା ବିସ୍ଥାପିତ ହେବା ପରେ ଏବଂ ଚାରଣଭୂମି ସବୁ ଖଣି ଅଧିକୃତ କରିଥିବା ଯୋଗୁଁ ଯେଉଁସବୁ ଗୃହ ପାଳିତ ଜୀବ ଥିଲେ ଆଜି ରାସ୍ତା ଉପରେ ଦୟନୀୟ ପରିସ୍ଥିତିରେ କାଳ କାଟୁଛନ୍ତି । ବିଭିନ୍ନ ସଂଗଠନ ଏବଂ ପଶୁପ୍ରେମୀ ରାସ୍ତା ଉପରେ ଥିବା ପଶୁଙ୍କୁ ଯାହା କିଛି ପ୍ରଯତ୍ନ କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ବିଭିନ୍ନ ମହଲରୁ ଏହି ଗୃହପାଳିତ ଜୀବନଙ୍କ ଜୀବନ ରକ୍ଷା ନିମନ୍ତେ କାଞ୍ଜିଆହୁଦା କିମ୍ବା ତାଙ୍କ ଯତ୍ନ ନେବା ନିମନ୍ତେ ଉପଖଣ୍ଡ ପ୍ରଶାସନକୁ ଜୀବପ୍ରେମୀଙ୍କ ଅନୁରୋଧକୁ ପ୍ରଶାସନ ଅଣଦେଖା କରୁଥିବା ଶୁଣିବାକୁ ମିଳୁଅଛି । ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ପଡିରହିଥିବା ମୃତ ଗାଈ ଗୋରୁଙ୍କ ଦୃଶ୍ୟ ଅନେକ ସମୟରେ ଜନ ସାଧାରଣଙ୍କୁ ବିଚଳିତ କରିବା ସହିତ ପ୍ରଶାସନର ସମ୍ବେଦନ ହୀନ ନିଷ୍କ୍ରିୟତା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ସାଜିଛି ।

Leave A Reply

Your email address will not be published.

twelve − 7 =

error: Content is protected !!