ପଦ୍ମପୁର ସହରରେ କେବେ ମିନି ଷ୍ଟାଡିୟମ ତିଆରି ହେବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସବଡିବିଜନ ପଦ୍ମପୁର। କିନ୍ତୁ ପଦ୍ମପୁର ସହର ସବୁ ବେଳେ ଅବହେଳିତ। ବରଗଡ଼ରେ ଥିବା ଷ୍ଟାଡିୟମର ଉନ୍ନତି କରଣ କରା ଯାଉଛି । ବରପାଲିରେ ଗୋଟିଏ ସୁନ୍ଦର ଭାବେ ନୂତନ ମିନି ଷ୍ଟାଡିୟମ ତିଆରି ହେଲା । ଏସବୁ ଶୁଣି ଓ ଦେଖି ବହୁତ ଖୁସି ଲାଗୁଛି । ବରଗଡ଼ ଜିଲ୍ଲାର କିଛି ମାତ୍ରାରେ ଉନ୍ନତି ହେଉଛି । କିନ୍ତୁ ପଦ୍ମପୁର ସହରରେ କେବେ ମିନି ଷ୍ଟାଡିୟମ ତିଆରି ହେବ ? ଦିନ ଥିଲା ପଦ୍ମପୁର ସହରର ନାମ ଖେଳ ଓ ଖେଳାଳୀଙ୍କ ପାଇଁ ସାରା ରାଜ୍ୟରେ ପରିଚିତ ଥିଲା । କିନ୍ତୁ ବର୍ତ୍ତମାନ ପଦ୍ମପୁର ସହରରେ ଖେଳର ଭିତ୍ତିଭୂମି ନଥିବାରୁ ପଦ୍ମପୁରରେ ଆଉ ନୂତନ ଖେଳାଳୀ ବାହାରି ପାରୁନାହାନ୍ତି । ଆମେ ଛୋଟ ଦିନୁ ଶୁଣି ଆସୁଛି ପଦ୍ମପୁର ରେ ଗୋଟିଏ ଷ୍ଟାଡିୟମ ତିଆରି ହେବ ବୋଲି । କିନ୍ତୁ ତାହା ତିଆରି ହେବ କେବେ ବୋଲି ବୁଦ୍‌ଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ପଦ୍ମପୁର ଜନସାଧାରଣଙ୍କ ସ୍ବପ୍ନ ପୂରଣ ହେବ କେବେ ? ଓଡ଼ିଶା ସରକାର ଓ ପ୍ରଶାସନକୁ ଅନୁରୋଧ, ପଦ୍ମପୁର ସହରରେ ଖେଳର ଉନ୍ନତି ପାଇଁ ପଦ୍ମପୁର ସହରର ଜନସାଧାରଣଙ୍କ ଦାବୀକୁ ପୂରଣ କରି ପଦ୍ମପୁରରେ ଏକ ନୂତନ ମିନି ଷ୍ଟାଡିୟମ ତିଆରି ପ୍ରତି ଧ୍ୟାନ ଦିଅନ୍ତୁ ।
ଲୋକେ କହୁଛନ୍ତି, ଅବ୍ ନହିଁ ତୋ ଔର୍ କବ୍….? ଏହି ସମସ୍ୟାକୁ ସୋସିଆଲ୍ ମିଡିଆରେ ଭାରତୀୟ ଜନତା ପାର୍ଟି କୁନାଲ୍ ପାଣିଗ୍ରାହୀ ପୋଷ୍ଟ୍ କରିଥିବା ଦେଖିବାକୁ ମିଲିଛି ।

Leave A Reply

Your email address will not be published.