ଉତ୍ତର ଓଡ଼ିଶାରେ ଅନୁଭୂତ ହେଲା ଭୂକମ୍ପ

ବାଲେଶ୍ୱର : ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଗୁରୁବାର ବିଳମ୍ବିତ ରାତ୍ରିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଖବର ଆସିଛି । ରାତି ୨.୧୩ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲରେ ୩.୯ ଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସି ଶଙ୍ଖ ବଜାଇବା ସହ ହୁଳହୁଳି ପକାଇଥିଲେ ବୋଲି ଖବରରେ କୁହାଯାଇଛି ।

Leave A Reply

Your email address will not be published.