କଙ୍ଗନା ରୌନତ‌ଙ୍କ ବଢ଼ିଲା ସମସ୍ୟା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରୌନତଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଗୁରୁବାର ସନ୍ଧ୍ୟାରେ ମୁମ୍ବାଇ ହାଇକୋର୍ଟରେ କଙ୍ଗନା ରୌନତଙ୍କ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି । ଏଥିରେ କଙ୍ଗନା ରାନାୱତ ନିଜ ଟ୍ୱିଟର୍‌ ଆକାଉଣ୍ଟ ମାଧ୍ୟମରେ ଦେଶରେ କ୍ରମାଗତ ଭାବରେ ଘୃଣା ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।

ଆବେଦନକାରୀଙ୍କ ଦ୍‌ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ, କଙ୍ଗନା ରୌନତଙ୍କ ଟ୍ୱିଟ୍ ଦେଶରେ ଘୃଣା ଓ ଦେଶଦ୍ରୋହ ବିସ୍ତାର କରିବାକୁ ଚେଷ୍ଟା କରୁଛି । ଏହା ସହିତ କୁହାଯାଇଛି ଯେ କଙ୍ଗନାଙ୍କ ଟୁଇଟ୍ ମାଧ୍ୟମରେ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରାଯାଉଛି । ଆବେଦନପତ୍ରରେ କୁହାଯାଇଛି ଯେ, ସୋସିଆଲ ମିଡିଆରେ ସେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ।

Leave A Reply

Your email address will not be published.