ଜିଦ୍‌ ଛାଡି ଚାଷୀଙ୍କ କଥା ଶୁଣ : କେନ୍ଦ୍ର ସରକାରଙ୍କୁ କହିଲେ ହର୍‌ସିମ୍‌ରତ୍‌ କୋର୍‌ ବାଦଲ୍‌

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହର୍‌ସିମ୍‌ରତ୍‌ କୋର୍‌ ବାଦଲ୍‌ କହିଛନ୍ତି ଯେ, କେନ୍ଦ୍ର ଆଜି କୃଷକଙ୍କ ସହ କଥାବାର୍ତ୍ତା କରୁଥିବା ପରିସ୍ଥିତିକୁ ଆସିଛି । ଯଦି ଏହା ପୂର୍ବରୁ ହୋଇଥାନ୍ତା, ତେବେ ଆଜି ଏଭଳି ପରି‌ସ୍ଥିତି ଆସି ନଥାନ୍ତା । ଆଇନ ପ୍ରଣୟନ କରିବା ପୂର୍ବରୁ ଅକାଳି ଦଳ ପକ୍ଷରୁ କୁହାଯାଇଥିଲା ଯେ ପ୍ରଥମେ ଚାଷୀଙ୍କ ମତାମତ ନିଆଯାଉ । କୃଷକମାନଙ୍କୁ ବିଚାର କରି ସରକାର ଏମଏସପିଙ୍କୁ ଆଇନଗତ ଫର୍ମ ଦେବା ଉଚିତ ବୋଲି ହର୍‌ସିମ୍‌ରତ୍‌ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଯଦି ସରକାର ତାଙ୍କ ଦଳର କଥା ଶୁଣିଥାନ୍ତେ, ତେବେ ଆଜି ଏହି ସମସ୍ୟା ଉପୁଜି ନଥାନ୍ତା । ଏହି ନିୟମ ଯୋଗୁଁ କେତେ ଚାଷୀଙ୍କ ମୃତ୍ୟୁ ଘଟି ସାରିଛି, ତାଙ୍କ ଜୀବନ ରକ୍ଷା ହୋଇ ପାରିଥାନ୍ତା । ତେବେ ସେ ଆହୁରି କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ଜିଦ୍‌ ଛାଡି ଚାଷୀଙ୍କ କଥା ଶୁଣ ।

Leave A Reply

Your email address will not be published.