ଡାକ ବଙ୍ଗଳା ସମ୍ମୁଖରେ ଅମୃତ ଧାରା ପ୍ରକଳ୍ପରେ ମନ୍ଥର ଗତିରେ ଚାଲିଛି କାମ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଦିନର ଦାବୀ ପରେ ଦେଓଗାଁ ଡାକ ବଙ୍ଗଳାରେ ଏନ ଅମୃତ ଧାରା ପାନୀୟ ଜଳ ଯୋଗାଣ ପାଇଁ ବ୍ଲକ ପକ୍ଷରୁ ମଞ୍ଜର ହୋଇଛି । ମଞ୍ଜୁର ହେବାର ଦୀର୍ଘ ଦିନ ପରେ ଯଦିଓ କାମ ଆରମ୍ଭ ହୋଇଛି, ତାହା ବି ଅତି ମନ୍ଥର ଗତିରେ । ପ୍ରକଳ୍ପ ନିର୍ମାଣ କରିବା ପାଇଁ ଆବଶ୍ୟକୀୟ କଞ୍ଚାମାଲ ଯଥା ବାଲି, ଇଟା ଓ ଗେଟି ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ ୨୬ ଉପରେ ଦେଓଗାଁ ବଙ୍ଗଳା ସମ୍ମୁଖରେ ରଖା ଯାଇଥିବାରୁ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଯାଇଛି ।

ସୂଚନା ଯୋଗ୍ୟ ଯେ, ୨୦୧୯ରେ ପଞ୍ଚାୟତ ସମିତି ବୈଠକରେ ଦେଓଗାଁ ବ୍ଲକର ୩ଟି ଅତି ସମ୍ବେଦନଶୀଳ ସ୍ଥାନ ଯଥା ଦେଓଗାଁ ପଞ୍ଚାୟତ ସମିତି କାର୍ୟ୍ୟାଳୟର ପ୍ରାଙ୍ଗଣ, ପର୍ୟ୍ୟଟନ ସ୍ଥଳୀ ଭାବେ ଘୋଷଣା କରାଯାଇଥିବା ଭୀମ ପାହାଡ ଓ ଦେଓଗାଁ ଡାକ ବଙ୍ଗଳା ସମ୍ମୁଖରେ ଗୋଟିଏ ଲେଖାଏ ଅମୃତ ଧାରା (ପାନୀୟ ଜଳ ଯୋଗାଣ) ନିର୍ମାଣ କରିବା ପରେ ୫ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା । ବଙ୍ଗଳାରେ କରାଯାଉଥିବା କାମରେ ପାଣି ଅତି କମ୍ ଦିଆଯାଉଥିବାରୁ କାମର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Leave A Reply

Your email address will not be published.