pakka

ବ୍ରହ୍ମପୁର ସହରରେ ମାସ୍କର ଚାହିଦା ଏବେ ବି ରହିଛି

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ମୁଖ୍ୟ ମହକୁମା ତଥା ଦକ୍ଷିଣ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ଓ ବାଣିଜ୍ୟ କେନ୍ଦ୍ର ବ୍ରହ୍ମପୁର ସହରରେ ବିଭିନ୍ନ ସମୟରେ ବିଭିନ୍ନ ବର୍ଗର ଜିନିଷପତ୍ର ତିଆରି ହୋଇ ଆମଦାନୀ ଓ ରପ୍ତାନୀରେ ବହୁ ପ୍ରମୁଖ ସ୍ଥାନ ଅଧିକାର କରିଆସିଥିବା ବେଳେ ଋତୁକାଳୀନ ବ୍ୟବସାୟର ପସରାର ଏକ ମହନୀୟ ଚାହିଦା ନିଆରା ଅଟେ । କିନ୍ତୁ କୋରନାର ପ୍ରଥମ ଲହରରୁ ଧୀରେ ଧୀରେ ମାସ୍କର ବ୍ୟବହାରକୁ ନେଇ ମାସ୍କ ଚାହିଦା ମହଙ୍ଗା ଥିଲା । ଏଠାକାର ଲୋକେ ଏବେ ବି ମାସ୍କର ବହୁଳ ବ୍ୟବହାର କରି ଆସୁଛନ୍ତି । ମାସ୍କର ସଦବ୍ୟବହାର ହୋଇ ଆସିଥିବା ବେଳେ ଗଞ୍ଜାମ ଜିଲ୍ଲାର ବହୁ କୁଶଳୀ ମହିଳା କାରିଗରୀମାନେ ନିଜର ଗୁଜୁରାଣ ମେଣ୍ଟାଇବା ସହ ନିଜ ପରିବାର ପ୍ରତିପୋଷଣ କରିବାରେ ଏହା ବିଶେଷ ସହାୟକ ହୋଇପାରିଛି । ଯାହା ଫଳରେ ବ୍ରହ୍ମପୁର ବଜାରକୁ ବହୁଳ ପରିମାଣରେ ମାସ୍କ ତିଆରି ହୋଇ ବଜାରରେ ଉପଲବ୍ଧ ହୋଇପାରିଛି । ବ୍ରହ୍ମପୁର ବଜାରରେ ମାସ୍କର ଚାହିଦା ଏବେ ବି ଭିନ୍ନସ୍ୱାଦର ଋଚି ପରିଲିଖିତ ମନେହୁଏ ।

jay balangir
Leave A Reply

Your email address will not be published.

three + fifteen =