ମରାମତି ବେଳେ ହାଇଡ୍ରା ବେଲ୍ଟରୁ ଛିଡି ପଡିଲା ଡାକୋଟା

ଭୁବନେଶ୍ୱର : ସଂସ୍ଥାପନ ସମୟରେ ଛିଡ଼ିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଭୁବନେଶ୍ୱର ଏୟାରପୋର୍ଟ ସାମ୍ନାରେ ବୁଧବାର ମରାମତି ବେଳେ ଏହା ହାଇଡ୍ରା ବେଲ୍ଟରୁ ଛିଡ଼ି ପଡ଼ିଥିଲା । ଫଳରେ ୨ ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଘଟଣାସ୍ଥଳରେ ବିମାନ ମରାମତି କରୁଥିବା କମ୍ପାନୀର ଉଚ୍ଚ ଅଧିକାରୀମାନେ ପହଞ୍ଚି ତଦାରଖ କରିଛନ୍ତି । ସୂଚନାଯୋଗ୍ୟ ଯେ, କୋଲକାତା ବିମାନ ବନ୍ଦରରୁ ନିକଟରେ ଡାକୋଟାକୁ ଭୁବନେଶ୍ୱର ଅଣାଯାଇଛି । ମରାମତି ପରେ ଡାକୋଟା ସାଧାରଣ ଲୋକଙ୍କ ପରିଦର୍ଶନ ନିମନ୍ତେ ରଖାଯିବ ।

Leave A Reply

Your email address will not be published.

18 − ten =

error: Content is protected !!