ରାଉରକେଲା ଆସିଥିବା ବିଦେଶୀ ନାଗରିକଙ୍କୁ ଆକ୍ରମଣ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆସିଥିବା ଜଣେ ବିଦେଶୀ ନାଗରିକଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ବୁଧବାର ସକାଳେ ରେଲୱେ ଷ୍ଟେସନ ନିକଟ ଗୁରୁଦ୍ୱାରା ଗଳିରେ ଘଟିଛି । ଗୁରୁତର ଅବସ୍ଥାରେ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଋଷିଆରେ ରହୁଥିବା ରୋମାନ୍‌ କିଛି ମାସ ହେଲା ଭାରତ ଭ୍ରମଣରେ ଆସିଛନ୍ତି । ସେ ଟ୍ରେନ୍‌ ଯୋଗେ ମୁମ୍ବାଇ ଯାଉଥିବା ବେଳେ କୌଣସି କାରଣକୁ ନେଇ ରାଉରକେଲା ରେଲୱେ ଷ୍ଟେସନରେ ଓହ୍ଲାଇଥିଲେ । ବୁଧବାର ସକାଳେ ରେଲୱେ ଷ୍ଟେସନ ବାହାରେ ବୁଲାବୁଲି କରୁଥିବା ବେଳେ ହଠାତ୍‌ କିଛି ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ତାଙ୍କ ପାଖରୁ ମୋବାଇଲ୍‌, ପର୍ସ ଓ ଭିସା ଲୁଟି ନେଇଥିଲେ । ଏ ନେଇ ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ରୋମାନ୍‌ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

13 − seven =

error: Content is protected !!