pakka

ଗଳାକାଟି ଦମ୍ପତିଙ୍କୁ ହତ୍ୟା ଅଭିଯୋଗ

bbehera

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ମୁନି ସବିର ବାଲିପଡ଼ିଆଠାରେ ପଦାରେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତି ସାହି ଘରଠାରୁ ୫ ଶହ ମିଟର ଦୂର ମୁନି ସବିର ବାଲିପଡ଼ିଆ ଠାରେ ଏକ ଫାର୍ମ ହାଉସ କରିଛନ୍ତି । ବୁଧବାର ରାତି ୯ଟାରେ ଉଭୟ ସ୍ଵାମୀ ସ୍ତ୍ରୀ ଫାର୍ମ ହାଉସକୁ ଆସିଥିଲେ । ତେବେ ଫାର୍ମ ହାଉସରେ ଉଭୟଙ୍କ ଗଳାକାଟି କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିଲେ । ସ୍ଵାମୀ ସ୍ତ୍ରୀଙ୍କ ଚିତ୍କାର ଶୁଣି ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଫାର୍ମ ହାଉସ ବାହାରେ ପଡିଛି । ନିକଟରେ ରଘୁନାଥଙ୍କ ସ୍କୁଟି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ ହତ୍ୟାର କାରଣ ଜଣାପଡି ନାହିଁ ।

Leave A Reply

Your email address will not be published.

11 + nineteen =