pakka

ପାଟଣେଶ୍ୱରୀ ମନ୍ଦିର ମରାମତି ପ୍ରସଙ୍ଗ

  • ସମ୍ପୂର୍ଣ୍ଣ ତଥ୍ୟ ସହ ଜିଲ୍ଲାପ୍ରଶାସକୁ ନିବେଦନ କଲେ ପୂଜକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣେଶ୍ୱରୀ ମନ୍ଦିର ମରାମତି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ତଥା ଦେବୋତ୍ତୋର ବିଭାଗ ମନ୍ଦିର ପୂଜକଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ କହିଥିଲେ । ଏ ସମ୍ବନ୍ଧରେ ପୂଜକ ମଳୟ ଦିଶରୀ ଆଜି ବଲାଙ୍ଗିର ଉପଜିଲ୍ଲାପାଳକୁ ମନ୍ଦିରର ବିଭିନ୍ନ ସମସ୍ୟା ତଥା ଏହାର ଫଟୋଚିତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ଦିଶରୀ ସାମ୍ବାଦିକମାନଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦୀର୍ଘ ସମୟ ହେଲା ଜିଲ୍ଲା ଦେବୋତ୍ତର ବିଭାଗକୁ ମନ୍ଦିରର ବିଭିନ୍ନ ସମସ୍ୟା ଲିଖିତ ଭାବେ ପ୍ରଦାନ କରାଯାଇଥିବା ବେଳେ ଦେବୋତ୍ତର ବିଭାଗ ପାଖରେ ଏ ସମ୍ବନ୍ଧୀୟ କୌଣସି ତଥ୍ୟ ବା ସୂଚନା ନଥିବା ଦେବୋତ୍ତର ବିଭାଗ ଚିଠି ପ୍ରଦାନ କରିବା ସହ ସମସ୍ତ ତଥ୍ୟ ସହିତ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ନିର୍ଦ୍ଦେଶାନୁସାରେ ଆଜି ଶ୍ରୀ ଦିଶରୀ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟାଳୟ ଯାଇ ତଥ୍ୟ ପ୍ରଦାନ କରିଛନ୍ତି । ଏଥିରେ ଗମ୍ଭୀର ଘରର ଫାଟ ସୃଷ୍ଟି, ୨୦୨୧ରେ ବର୍ଷା ପାଣି ଜମା ହୋଇଥିବା ଫଟୋ, ମନ୍ଦିର ରୋଷେଇ ଘର ଫଟୋ, ବିପଦପୂର୍ଣ୍ଣ ସେବାୟତ ଘର ଓ ପରିକ୍ରମା ମଣ୍ଡପ ସମ୍ବନ୍ଧୀୟ ଫଟୋଚିତ୍ର ରହିଛି । ଏହାର ନକଲ ଉଭୟ ଜିଲ୍ଲାପାଳ ଦେବୋତ୍ତର ଆୟୁକ୍ତ କମିଶନରଙ୍କୁ ପ୍ରଦାନ କରାଯାଇଥିବା ଶ୍ରୀ ଦିଶରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦେବତ୍ତୋର ବିଭାଗ ବର୍ଷ ବର୍ଷ ଧରି ମନ୍ଦିରକୁ ଉପେକ୍ଷା କରି ଆସିଥିବା ବେଳେ, ନିଜ ଦୋଷ ଲୁଚାଇବା ପାଇଁ ଆମ ପାରିବାରିକ ସମସ୍ୟାକୁ ଅସ୍ତ୍ର କରୁଛନ୍ତି । ପାରିବାରିକ ସମସ୍ୟା ପାଇଁ ମାଁ ପାଟଣେଶ୍ୱରୀ ମନ୍ଦିରର ମରାମତି ନହେବା ଭକ୍ତଗଣକୁ ବେଶ ଦୁଃଖିତ କରୁଛି । ତେଣୁ ଜିଲ୍ଲା ପ୍ରଶାସନ ଅଯଥା ବିଷୟ ଉପରେ ଧ୍ୟାନ ନଦେଇ ଯଥା ଶିଘ୍ର ମନ୍ଦିର ମରାମତି କରିବାକୁ ପୂଜକ ଶ୍ରୀ ଦିଶରୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.

three × 4 =