ଟିଟିଲାଗଡ ବ୍ଲକ ଗସ୍ତରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଓଡ଼ିଶା ସରକାର ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବିଭିନ୍ନ ଅଞ୍ଚଳରେ ମହିଳାମାନଙ୍କୁ ବ୍ୟବସାୟ କରିବା ପାଇଁ ଉତ୍ସାହ କରୁଛନ୍ତି । ଛତୁ ଚାଷ, ମା’ ଓ ଶିଶୁ ଖାଦ୍ୟ ପ୍ରସ୍ତୁତି କରଣ, ଜୈବିକ ଖତ ତିଆରି ଆଦି ବିଭିନ୍ନ କାର୍ୟ୍ୟରେ ମିଶନ ଶକ୍ତି ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରି ସଶକ୍ତିକରଣ ହେବା ସହ ଆତ୍ମନିର୍ଭର ହେବା ପାଇଁ ତାଲିମ ପ୍ରଦାନ କରାଯାଉଛି ।

ଆଜି ଓଡିଶା ସରକାରଙ୍କ ଅଧୀନସ୍ଥ ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ବ୍ଳକ ଗ୍ରସ୍ତ କରିଥିଲେ । ଟିଟିଲାଗଡ ବ୍ଲକର ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ତଥା ଉଦ୍ୟାନ ବିଭାଗ ତରଫରୁ ଟିଟିଲାଗଡ ବ୍ଲକ କାର୍ୟ୍ୟାଳୟ ସ୍ଥିତ ଉଦ୍ୟାନ ଅଧିକାରୀଙ୍କ କାର୍ୟ୍ୟାଳୟରେ ୧୯ ଅକ୍ଟୋବରରୁ ୨୨ ଅକ୍ଟୋବର ପର୍ୟ୍ୟନ୍ତ ୪ ଦିନ ଧରି ଚାଲିବାକୁ ଥିବା ପାଳ ଛତୁ ଚାଷ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି କାର୍ୟ୍ୟକ୍ରମ ଦ୍ୱାରା ମହିଳାମାନେ ଆର୍ଥିକ ସଶକ୍ତ କିପରି ହୋଇ ପାରିବେ, ସେଥିପ୍ରତି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ୟ୍ୟକ୍ରମରେ ଟିଟିଲାଗଡ ବ୍ଲକ, ସଇଁତଲା ବ୍ଲକ ଓ ମୁରିବାହାଳ ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଛନ୍ତି ।

ପାଳ ଛତୁ ଚାଷ କରିପାରି କରିବେ ଓ ଛତୁ ଚାଷ ଦ୍ଵାରା କିପରି ଲାଭବାନ ହୋଇ ପାରିବେ, ସେଥିପ୍ରତି ତାଲିମ ପ୍ରଦାନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମିଶନ ଶକ୍ତିର ମହିଳା ଗୋଷ୍ଠୀମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରାଯାଉଥିବା କହିଛନ୍ତି । ‘ମହିଳାଙ୍କ ପ୍ରଗତି, ମିଶନ ଶକ୍ତିର ଲକ୍ଷ୍ୟ’ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ।

ଟିଟିଲାଗଡ ବ୍ଳକରେ ଦିବ୍ୟାଂଗମାନଙ୍କୁ ହୁଇଲ ଚେଆର ଓ ସାର୍ଟିଫିକେଟ ବଣ୍ଟନ କରିଥିଲେ ଏବଂ ସମସ୍ତଙ୍କୁ ସରକାରଙ୍କ ପକ୍ଷରୁ ଶୀଘ୍ର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ସୂଚନା ଦେବା ସହ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ସ୍ପୋର୍ଟସ କିଟ୍ ପ୍ରଦାନ କରି ଓଡ଼ିଶାକୁ ଖେଳ ଜଗତରେ ଆଗକୁ ବଢ଼ାଇବାକୁ ଉତ୍ସାହିତ କରିଥିଲେ । ଏହି କାର୍ୟ୍ୟକ୍ରମରେ ବିଡିଓ ନବୀନ ଚନ୍ଦ୍ର ନାଏକ, ବ୍ଲକ ଚେୟାରମେନ୍‌ ରମାକାନ୍ତୀ ପୁଟେଲ, ଜିପିଇଓ ଦାମୋଦର ଦାସ, ବ୍ଲକ କୋଡିନେଟର ଜଗଦୀଶ ପ୍ରଧାନ, ବିଜୁ ଯୁବକ ବାହିନୀର ତପବନ୍ତ ପୁଟେଲ, ରମେଶ ବାଗ, ଲକ୍ଷ୍ମଣ ବେହେରା, ଶତ୍ରୁଘ୍ନ ରତାଇ, ନୀଳ ଶଙ୍କର ସାହୁ, କ୍ଷମାନିଧି ହାତୀ, ସୁନିଲ ବାଗ ଆଦି ଯୋଗ ଦେଇଥିଲେ ।

Leave A Reply

Your email address will not be published.