ସଂକ‌ଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନ : କୋଶଳର ଜନ୍ମ ଦିନରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସଂକ‌ଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନର ଆଜି ସପ୍ତମ ରକ୍ତଦାନ ଶିବିର ଭଟଲି ବ୍ଲକ ଭୂଲିଆଡ଼ିହିର ଭିଂଜିତୁରା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ହାସ୍ୟକବି ଦେବେନ୍ଦ୍ର ସାହୁଙ୍କ ପୁଅ କୋଶଳ ସାହୁଙ୍କ ଷଷ୍ଠ ଜନ୍ମଦିନ ଅବସରରେ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଦ୍ରୋଣ ପଟେଲ, ଭୁଲିଆଡିହି ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଅନ୍ତର୍ଜାତୀୟ ପାର୍ବତାରୋହୀ ଲିପିକା ସେଠ୍ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଜଣେ ଭିନକ୍ଷମ ଯୁବକ ସ୍ୱଇଛାରେ ଆସି ରକ୍ତଦାନ କରିଥିଲେ । ଭୁଲିଆଡିହି ଗ୍ରାମରେ ଏହା ପ୍ରଥମ ରକ୍ତଦାନ ଶିବିର । ଏହାପୂର୍ବରୁ କେବେ ରକ୍ତଦାନ ଶିବିର ହୋଇ ନଥିଲା । ଶିବିରରେ ଜଣେ ମହିଳା ରକ୍ତଦାତାଙ୍କ ସହିତ ମୋଟ ୩୭ ୟୁନିଟ ରକ୍ତ ବୁର୍ଲା ରକ୍ତଭଣ୍ଡାର କର୍ମଚାରୀଙ୍କ ସାହାଯ୍ୟରେ ସଂଗ୍ରହ ହୋଇଥିଲା । ସଂକ‌ଳ୍ପ ପରିବାର ତରଫରୁ ଆଲୋକ ପଧାନ ଓ ଶ୍ରୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଶିବିର ପରିଚାଳନା ହୋଇଥିବାବେଳେ ସୁବ୍ରତ ଭୋଇ, ହିମାଂଶୁ ଦେହେରି, ଶିଶିର ସାହୁ, ସୁଧୀର ସାହୁ, ସୁମିତ ସାହୁ, ବିବେକ ଯାଦବ, ଆକାଶ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆଜି ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ନୂତନ ରକ୍ତଦାତା ଅଟନ୍ତି ଏହା ପୂର୍ବରୁ ସେମାନେ ରକ୍ତଦାନ କରିନଥିଲେ । ଠିକ ସେହିପରି ଏହି ଅବସରରେ ଭଟଲି ଆହ୍ୱାନ କ୍ଲବ ତରଫରୁ ଅନ୍ତର୍ଜାତୀୟ ପର୍ବତାରହି ଲିପିକା ସେଠଙ୍‌ଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.