ଫେଲ୍‌ ମାରିଲା ଲୁଟେରାଙ୍କ ୨୪ ଲକ୍ଷ ଟଙ୍କା ଲୁଟ୍‌ ଉଦ୍ୟମ

ରାଉରକେଲା : ଫେଲ୍‌ ମାରିଲା ଲୁଟେରାଙ୍କ ଲୁଟ୍‌ ଉଦ୍ୟମ । ଘଟଣାଟି ରାଉରକେଲାର ରଘୁନାଥପଲ୍ଲୀ ଥାନାରୁ ୨୦୦ ମିଟର ଗଲାପରେ ଏହି ଘଟଣା ଘଟିଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଦିନ ବେଳା ଏକ ଘୋରୋଇ ସୁନା କମ୍ପାନୀର କର୍ମଚାରୀ ପିଙ୍କୁ ସୁନା କଲେକସନ୍‌ର ୨୪ ଲକ୍ଷ ଟଙ୍କା ଧରି ବାଇକ୍‌ ରଖି ପାଖରେ ଥିବା କାର୍‌କୁ ବସିବାକୁ ଆସିବା ବେଳେ କିଛି ଦୁର୍ବୃତ୍ତ ମାନେ ମରଣାନ୍ତକ ଆକ୍ରମଣ କରି ପିଙ୍କୁଙ୍କ ବାମ ହାତକୁ ଏକ ଛୁରୀରେ ଆକ୍ରମଣ କରିଥିଲେ ଓ ସେ ଧରିଥିବା ଟଙ୍କା ବ୍ୟାଗକୁ ଛଡେଇ ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ ରକ୍ତରେ ଜୁଡୁବୁଡୁ ହୋଇ ମଧ୍ୟ ପିଙ୍କୁ ଲୁଟେରାମାନଙ୍କ ସଙ୍ଗେ ଳଢେଇ କରି ସେମାନଙ୍କ ଠାରୁ ଟଙ୍କା ବ୍ୟାଗ ଆଣି ପକାଇଥିବା ବେଳେ ଳୁଟେରାମାନଙ୍କୁ କାବୁ କରିବା ପାଇଁ ସ୍ଥାନୀୟ ଲୋକ ଉଦ୍ୟମ କରିବା ପରେ ଲୁଟେରାମାନେ ବିଚଳିତ ହୋଇ କୌଶଳ କ୍ରମେ ବାଇକ୍‌ ଯୋଗେ ସେଠାରୁ ଫେରାର୍‌ ମାରିଥିଲେ । ରଘୁନାଥପଲ୍ଲୀ ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ରକ୍ତ ଜୁଡୁବୁଡୁ ପିଙ୍କଙ୍କୁ ରାଉରକେଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଖବରରେ କୁହାଯାଇଛି ।

Leave A Reply

Your email address will not be published.