pakka

ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମ ବିଭୂଷଣ ମନୋଜ ଦାସ

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡିଆ ସାହିତ୍ୟର ମଉଡମଣି କୁହାଯାଉଥିବା ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମ ବିଭୂଷଣ ମନୋଜ ଦାସଙ୍କ ପରଲୋକ ଘଟିଛି । ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି ବୋଲି ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ । କିନ୍ତୁ ଗତକାଲି ତାଙ୍କର ବିୟୋଗ ହୋଇଛି । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ବାଲେଶ୍ବର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ୧୯୩୪ ମସିହା ଫେବ୍ରୁଆରୀ ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମନୋଜ ଦାସ । ୧୯୬୩ ମସିହାରୁ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମରେ ଅବସ୍ଥାନ କରୁଥିଲେ ମନୋଜ ଦାସ । ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିବା ବେଳେ ୨୦୨୦ରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ। । ସେ ୧୯୪୯ ମସିହାରେ ପ୍ରଥମ କବିତା ଶତାବ୍ଦୀର ଆର୍ତ୍ତନାଦ ଲେଖିଥିଲେ । ମନୋଜ ଦାସଙ୍କ ଲେଖନୀରେ ସ୍ଥାନ ପାଇଥିବା ଅନ୍ୟ ପୁସ୍ତକ ହେଲା ଅମୃତଫଳ, କଥା ଓ କାହାଣୀ, ଶେଷ ବସନ୍ତର ଚିଠି, ଧୂମାଭ, ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆକାଶର ଇସାରା, ଗୋଧୂଳିର ବାଘ ଅନ୍ୟତମ । ସେ ପଦ୍ମଶ୍ରୀ, ପଦ୍ମଭୂଷଣ, ସରସ୍ବତୀ ସମ୍ମାନ, ସାରଳା ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତାଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସେ ସମବେଦନା ଜଣାଇଛନ୍ତି।

jay balangir
Leave A Reply

Your email address will not be published.

12 + 7 =

error: Content is protected !!