pakka

ପୁଣି ଏକ ରୋମାଞ୍ଚକର ମ୍ୟାଚ୍ : ଦିଲ୍ଲୀକୁ ୧ରନରେ ହରାଇ ପୁଣି ଶୀର୍ଷ ସ୍ଥାନରେ ବାଙ୍ଗାଲୋର

bbehera

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ଏକ ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୋର ଦିଲ୍ଲୀକୁ ୧ରନରେ ପରାସ୍ତ କରିଛି । କଡ଼ା ପ୍ରତିଦ୍ୱନ୍ଦିତା ମୂଳକ ଏହି ମ୍ୟାଚର ଶେଷ ବଲରେ ହିଁ ବିଜେତା ନିର୍ଣ୍ଣୟ ହୋଇଥିଲା । ଆଜି ଦିଲ୍ଲୀ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା । ଦକ୍ଷିଣ ଆଫ୍ରିକୀୟ ଅବସରପ୍ରାପ୍ତ କ୍ରିକେଟର୍‌ ମଙ୍ଗଳବାର ୪୨ବଲରୁ ୭୫ରନ୍‌ କରିବାରୁ ଆର୍‌ସିବି ୧୭୧ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରି ନେଇଥିଲା । ଏବିଡି ୩୫ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ଥିଲା ତାଙ୍କ ୪୦ତମ ଆଇପିଏଲ୍‌ ଅର୍ଦ୍ଧଶତକ ଏବଂ ଚଳିତ ବର୍ଷର ଦ୍ୱିତୀୟ । ୨୦ତମ ଓଭରରେ ନିଜ ପ୍ରଥମ ଓଭର ବୋଲିଂ କରିଥିବା ମାର୍କସ ଷ୍ଟୋଇନିସ୍‌ଙ୍କୁ ୩ଛକା ସହ ୨୩ରନ୍‌ ଆଦାୟ କରିଥିଲେ । ତାଙ୍କ ୪୨ବଲ୍‌ ୭୫ଞ୍ଚରନ୍ ପାଳିରେ ୩ଚୌକା ଓ ୫ଛକା ସାମିଲ ଥିଲା । ପ୍ରଥମରୁ ବିରାଟ କୋହଲି (୧୨, ୧୧ବଲ୍‌), ଦେବଦତ୍ତ ପଡିକଲ୍ (୧୭, ୧୪ବଲ୍‌) ବିଫଳ ହେବା ପରେ ରଜତ ପଟିଦାର (୩୧, ୨୨ବଲ) ଏବଂ ଗ୍ଲେନ ମ୍ୟାକ୍ସୱେଲ୍ (୨୫, ୨୦ବଲ) ମଧ୍ୟକ୍ରମ ସମ୍ଭାଳିଥିଲେ । କିନ୍ତୁ ୱାସିଂଟନ୍ ସୁନ୍ଦର (୬, ୯ବଲ୍)ଙ୍କ ବିଫଳତା ସହିତ ଆର୍‌ସିବି ସୁଯୋଗ ହାତଛଡ଼ା କରିବା ଭଳି ପରିସ୍ଥିତି ଉପୁଜିଥିଲା । ଋଷଭ ପନ୍ତ୍‌ ଭୁଲ ଗଣନା କାରଣରୁ ଶେଷ ଓଭର ବୋଲିଂ ପାଇଁ ଅମିତ ମିଶ୍ର ବଳିପଡ଼ିଥିଲେ । ତାଙ୍କ ବଦଳରେ ମଧ୍ୟମଗତି ବୋଲର ଷ୍ଟୋଇନିସ୍‌ଙ୍କୁ ଲଗାଇବାର ଭୁଲରୁ ଡି’ଭିଲିୟର୍ସ ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ । ୧୭୨ରନର ପିଛା କରିବାକୁ ଯ଼ାଇ ଦିଲ୍ଲୀ ଆରମ୍ଭରୁ ଶିଖର ଧୱନ ଓ ଷ୍ଟିଭ ସ୍ମିଥଙ୍କ ୱିକେଟ ହରାଇଥିଲା । ତେବେ ଋଷଭ ପନ୍ତ ଓ ସିମରନ ହେଟମେୟର ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚରେ ରୋମାଂଚ ଭରିଦେଇଥିଲେ । ଶେଷ ଓଭରରୁ ୧୪ରନ୍‌ ଆବଶ୍ୟକ ପଡ଼ିଥିବା ବେଳେ ପନ୍ତ୍‌ କେବଳ ଶେଷ ଦୁଇ ବଲକୁ ଚୌକା ମାରି ପାରିଥିଲେ । ପନ୍ତ୍‌ (୫୮ଞ୍ଚ, ୪୮ ବଲ୍‌) ଏବଂ ସିମ୍ରନ୍ ହେଟମେୟର୍ (୫୩ଞ୍ଚ, ୨୫ ବଲ୍)ଙ୍କ ବଢ଼ିଆ ପାଳି ଓ ୭୮ ରନ୍‌ ଭାଗୀଦାରି ବେକାର ଯାଇଥିଲା । ଡି’ଭିଲିୟର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।

Leave A Reply

Your email address will not be published.

five × four =