pakka

ଶ୍ରାବଣର ଶେଷ ସୋମବାର : ରାସ୍ତାରେ ଗଡି ଗଡି ମନ୍ଦିରରେ ପହଞ୍ଚିଲେ କାଉଡିଆ

ନୂଆପଡା, (ନିରାକାର ମେହେର) : ଆଜି ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ନୂଆପଡା ଜିଲ୍ଲାର ସମସ୍ତ ଶୈବପୀଠ । ନୂଆପଡା କାପସି ଗାଁରେ କାଉଡିଆମାନେ ରାସ୍ତାରେ ଗଡିଗଡି ମନ୍ଦିରରେ ପହଞ୍ଚିଛନ୍ତି । ଶେଷ ସୋମବାରରେ ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ପାଇଁ ଲାଗିଥିଲା କାଉଡିଆଙ୍କ ଭିଡ । କାଉଡିଆମାନେ ସାଧାରଣତଃ କାନ୍ଧରେ ପାଣିଭାର ନେଇ ଶିବଙ୍କ ପାଖକୁ ଯାଇଥାନ୍ତି । କିନ୍ତୁ ନୂଆପଡା କାପସି ଗାଁରେ କାଉଡିଆମାନେ ରାସ୍ତାରେ ଗଡିଗଡି ମନ୍ଦିରରେ ପହଞ୍ଚିଛନ୍ତି । ଦୀର୍ଘ ଗୋଟିଏ କିଲୋମିଟର ରାସ୍ତାରେ ଗଡି ଗଡି ସିନାପାଲି ସ୍ଥିତ ବାବା ଚନ୍ଦ୍ରଶେଖର ଶିବ ମନ୍ଦିରରେ ପହଞ୍ଚି ଜଳାଭିଷେକ କରିଛନ୍ତି କାଉଡ଼ିଆ । ଶତାଧିକ ସଂଖ୍ୟାରେ କାଉଡ଼ିଆମାନେ କାପସି ନଦୀଘାଟରୁ ଜଳ ଉଠାଇ ମାନସିକ ପୂରଣ ପାଇଁ ରାସ୍ତାରେ ଗଡ଼ିଗଡ଼ି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । କାଉଡ଼ିଆଙ୍କୁ ଉତ୍ସାହିତ କରିବା ପାଇଁ ଘଣ୍ଟ, ଶଙ୍ଖ, ବାଜା ବଜାଇ ଗାଁ ଦାଣ୍ଡ କମ୍ପାଉଥିଲେ ସ୍ଥାନୀୟ ଲୋକେ । ବୋଲବମ୍‌ ହରହର ମହାଦେବ ଶଦ୍ଧରେ ଫାଟି ପଡୁଥିଲା ସାରା ଅଞ୍ଚଳ । ଏନେଇ ଦୀର୍ଘ ୫ ଘଣ୍ଟାଧରି କାପସି ଗାଁ ଦାଣ୍ଡରେ ଗାଡି ମୋଟର ଚଳାଚଳ ବନ୍ଦ ଥିବାବେଳେ ସୁରକ୍ଷା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.

1 × 1 =