csstore

ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ : କଲେଜ କ୍ୟାମ୍ପସ ‘ଗୋବିନ୍ଦ ବିହାର’ ନାମରେ ନାମିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟର ଆଜି ସପ୍ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।କଲେଜର ପରିଚାଳନା କମିଟି ସଭାପତି ବାଳ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବିଶିଷ୍ଟ ଐତିହାସିକ, ଲିପିତତ୍ୱବିଦ୍‌, ଗବେଷକ ସ୍ୱର୍ଗତ ସଦାନନ୍ଦ ଅଗ୍ରୱାଲଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଐତିହାସିକ ତଥ୍ୟ ଅନୁଯାୟୀ ରାଜପାଲି ଗ୍ରାମକୁ ରାଜାଙ୍କଠାରୁ ପୁରସ୍କାରପ୍ରାପ୍ତ ହୋଇ ଗୋବିନ୍ଦ ପଣ୍ଡା ସ୍ଥାପନ କରିଥିଲେ । ସେହି ଜମି ଉପରେ କଲେଜ ପ୍ରତିଷ୍ଠା ହୋଇଥିବାରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କଲେଜ କ୍ୟାମ୍ପସର ନାମକରଣ ‘ଗୋବିନ୍ଦ ବିହାର’ ରଖାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତରଭା ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷ ସରୋଜ କମ୍ପ, ପାଇକବାହଲ ସରପଞ୍ଚ ଗଣନାଥ ସାହୁ, ସବ୍ୟସାଚୀ ଦଣ୍ଡସେନା, ମେଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସଦା ପାତ୍ର, ଜରାଜାରିଙ୍ଗ ଗ୍ରାମ ପଂଚାୟତ ସରପଞ୍ଚ ପ୍ରମୋଦ କୁମାର ଶତପଥୀ, ନାରାୟଣପୁର ଗ୍ରାମ ପଞ୍ଚାୟତ ସରପଂଚ ଆନନ୍ଦ ଶତପଥୀ, ସୋନପୁର ପଂଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରତିନିଧି, ଅଧ୍ୟକ୍ଷ ସଚ୍ଚିଦାନନ୍ଦ ରଥ, କଲେଜ କମିଟି ସଦସ୍ୟ ଚୈତନ୍ୟ ବାରିକ, ସିଦ୍ଧାର୍ଥ ଅଗ୍ରୱାଲ, ମହାଦେବ ଜେନା, ହୃଷିକେଶ ପାତ୍ର, ପଦ୍ମନାଭ ମଲ୍ଲିକ, ରଞ୍ଜନ ଦଳବେହେରା, ରାମଶଙ୍କର ମହାପାତ୍ର, ଭାଗବତ ପଣ୍ଡା, ଆଧ୍ୟାପକ ମଧୁମଙ୍ଗଳ ଖମାରୀ, ପ୍ରିୟବ୍ରତ ମହାକୁର, ଅଧ୍ୟାପକ ବିକାଶ ଝାଙ୍କର ଆଧ୍ୟାପିକା ରୋଜି ମାହାନା, ସଞ୍ଜୀବ ପଣ୍ଡା, ମହେଶ୍ୱତା ହୋତା ଯୋଗ ଦେବା ସହ କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ । ଆଧ୍ୟାପକ ଉମାକାନ୍ତ ନାଗ ସଭା ପରିଚାଳନା କରିଥିଲେ ଏବଂ ଶେଷରେ ଲାଇବ୍ରେରିଆନ ଧୀରେନ୍ଦ୍ର ଝାଂକର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.