ତୁର୍ଲାମାଲରେ ବୈଦିକ ବିଶ୍ୱ ଶାନ୍ତି ପଞ୍ଚ କୁଣ୍ଡିୟ ମହାଯଜ୍ଞ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରା.ପ. ଅନ୍ତର୍ଗତ ତୁର୍ଲାମାଲ ଗ୍ରାମରେ ପଞ୍ଚ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୀର୍ତ୍ତନ ତାଳ ଖୋଲ ଓ ଭଜନର ସ୍ୱରରେ ହରିପୁର ଗୁରୁକୂଳ ଆଶ୍ରମର ପରିଚାଳକ ଆଚାର୍ଯ୍ୟ ଗୁରୁଦେବ ସୁଦର୍ଶନ ଦେବଙ୍କୁ ପ୍ରତ୍ୟେକ ଘରେ କଳସ ସ୍ଥାପନ କରି ସ୍ୱାଗତ ସମ୍ବର୍ଦ୍ଧନା କରାଗଲା । ପରେ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ବେଦ ପାଠରେ ପଞ୍ଚ କୁଣ୍ଡିୟ ହୋମ କୁଣ୍ଡରେ କୋଡ଼ିଏ ଜଣ ଯଜ୍ଞକର୍ତ୍ତାଙ୍କ ଉପସ୍ଥିତରେ ଘୃତ ଆହୁତି କରାଯାଇଥିଲା । ଏହି ଯଜ୍ଞର ମୁଖ୍ୟ ଆୟୋଜକ ଧୁବଲେଶ୍ୱର ଭୋଇ ଓ ବିଷ୍ଣୁ ଥପା, ସୁରେଶ ପୁଟେଲଙ୍କ ସହଯୋଗରେ ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହି ପୁଣ୍ୟ କାର୍ଯ୍ୟକ୍ରମକୁ ଗ୍ରାମବାସୀ ତଥା ପଡ଼ୋଶୀ ଗ୍ରାମର ଜନସାଧାରଣ ସବୁ ପ୍ରକାର ସହଯୋଗ କରିଥିଲେ । ଅନେକ ସାଧୁ ସନ୍ଥ ଯୋଗଦେଇଥିବା ବେଳେ ଶତାଧିକ ଭକ୍ତ ଯୋଗ ଦେଇଥିଲେ । ଅର୍ଣ୍ଣ ଭୋଗର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

20 + 15 =