ମନାଇପାଦ ହାଇସ୍କୁଲରେ ୨ୟ ତମ ବେଟାଲିଆଏନ୍‌ ମାରାଥନ୍ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ

  • ଜୟ ପରାଜୟ ହିଁ ଆଗକୁ ବଢ଼ିବାରେ ସହଯୋଗ କରିଥାଏ : ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ପଞ୍ଚାୟତ ଅନ୍ତର୍ଗତ ମନାଇପାଦ ହାଇସ୍କୁଲ ପଡ଼ିଆଠାରେ ବେଟାଲିଆଏନ୍‌ ଗୃପ ଆନୁକୂଲ୍ୟରେ ମାରଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣାଗଡ଼ ମହାରାଜା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି, ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ, ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ । ୨ ଦିନ ଧରି ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ୮ କିଲୋମିଟର ଏବଂ ଦ୍ୱିତୀୟ ଦିନ ୧୫ କିଲୋମିଟର ରାସ୍ତା ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ନବରଙ୍ଗପୁର, ଢେଙ୍କାନାଳ ଆଦି ଆଠଟି ଜିଲ୍ଲାରେ ଯୁବକମାନେ ଭାଗ ନେଇଥିଲେ । ମାରାଥନ୍ ଦୌଡ ପ୍ରତିଯୋଗିତା ଭାଗ ନେଇଥିବା କଳାହାଣ୍ଡି ଜିଲ୍ଲାର ପଙ୍କଜ ରାଣା ୧୫ କି.ମି. ରାସ୍ତାକୁ ୫୬ ମିନିଟ୍‌ରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଦ୍ଵିତୀୟ ନିରେନ୍ଦ୍ର ଗହିର, ରାଉରକେଲା ସିଟି ଆନନ୍ଦ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ, ସମ୍ମାନିତ ଅତିଥି ଶ୍ରୀ ସାହୁ, ଶ୍ରୀ ନାଏକ, ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ସହ ମାନ ପତ୍ର ଦେଇ ସମ୍ମାନିତ କରିବା ସହ ପ୍ରତିଯୋଗୀମାନଙ୍କୁ ବୌଦ୍ଧିକ, ଶାରୀରିକ ବିକାଶ ସହ କେନ୍ଦ୍ର ସରକାର ଯେଉଁ ଯୋଜନା ଅଛି ସେପରି ୪ଟି କଥା ପ୍ରତି ଧ୍ୟାନ ରଖି ଜିତିବା ମନୋବଳ ଦୃଢ଼ ରଖି ଖେଳରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ତୃଣମୂଳ ସ୍ତରରୁ ଯେପରି ପାଟିସିପେଟ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମତବ୍ୟକ୍ତ କରିଥିଲେ । ମାଟି ମା’ ପ୍ରତି ଆକୃଷ୍ଟ କାମ କରିବାକୁ ପରାମର୍ଶ ଦେଇଥିଲେ । ଖେଳରେ ଜୟ ପରାଜୟ ହିଁ ଆଗକୁ ବଢ଼ିବା ଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ କହିଥିଲେ । ପ୍ରତିଯୋଗିତା ଜିତିବା ପ୍ରତିଯୋଗୀଙ୍କୁ ଇର୍ସା ପରାୟଣ ନରଖି ମନୋବଳ ଦୃଢ଼ କରିବା ସହ ଏଚିଭ୍‌ମେଣ୍ଟ ସୃଷ୍ଟି କରିବା ପାଇଁ ଏପରି ଆୟୋଜନ ସାହାଯ୍ୟ କରିଥାଏ ବୋଲି ସମ୍ମାନିତ ଅତିଥି ସହକାରୀ ଜିଲ୍ଲାପାଳ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ଆୟୋଜକ ସଭାପତି ବିକାଶ ମେହେର, କିଶୋର ବରିହା, ଲିଙ୍ଗେଶ୍ଵର ଧରୁଆ, ମନୋରଞ୍ଜନ ଦାସ, ମଧୁସୂଦନ ଭୂଏ, ମିନକେତନ ଧରୁଆ, ଜିତୁ ସୁନା, ଜିତୁ କୁମାର ମାଝୀ, ଜଗଦୀଶ ପାତ୍ର, ଆକାଶ ମେହେର, କ୍ଷେତ୍ରମୋହନ ଶବର, ରିବିନ୍ଦ୍ର ବିଶି, ବିକାଶ ବଢାଇ, ସୁରେଶ କୁମୁରା, ଅଶୋକ ଭୋଇ, ଲବ ଧରୁଆ, ହୃଷିକେଶ ପୁଟା, ଗୁଣମଣି ମିର୍ଦ୍ଧା ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ ।

Leave A Reply

Your email address will not be published.

twenty − two =