pakka

ଢେଙ୍କାନାଳ ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ ଅଭିଯୋଗ

bbehera

ଢେଙ୍କାନାଳ, (ତାପସ ଦାସ) : ଆଜି ଦିନ ଦ୍ୱିପହରରେ ଢେଙ୍କାନାଳ ଜିଲ୍ଲା ରସୋଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୁତ୍ତ ଟଙ୍କା ଓ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଦୁଇଟି ବୁଲେଟ୍‌ରେ ୪ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରିଥିଲେ । ପରେ ଦୁଇ ଜଣ କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ସମସ୍ତ କର୍ମଚାରୀଙ୍କୁ ଏକ କୋଠରୀରେ ବନ୍ଦ କରି ଟଙ୍କା ଓ କୋଟିଏ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ଆହତ କର୍ମଚାରୀ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

five × five =