pakka

ଦିନ ଦ୍ୱିପହରରେ ଘର ସାମ୍ନାରେ ଥିବା ବାଇକକୁ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର୍‌ : ତଦନ୍ତ କରୁଛି ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ବଢି ଚାଲିଛି ଅପରାଧ । ଚୋରି, ଡକାୟତି, ହତ୍ୟାକାଣ୍ଡ ତଥା ଗୁଣ୍ଡାଗର୍ଦ୍ଦି ବଢି ବଢି ଚାଲିଛି । ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଉଥିଲେ ସୁଦ୍ଧା ଥମୁନି ଅପରାଧ । ଆଜି ପୁଣି ଏକ ଅପରାଧିକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ କଂସାରୀପଡାରେ । କଂସାରୀପଡା ନିବାସୀ ଜ୍ୟୋତି ରଞ୍ଜନ ବେଦବାଗ ନିଜ ଘର ସାମ୍ନାରେ ମଟର ସାଇକେଲ ଥୋଇ ଦେଇଥିବା ବେଳେ ଦୁର୍ବୃତ୍ତମାନେ ମଟର ସାଇକେଲରେ ନିଆଁ ଲଗାଇ ଦେଇଛନ୍ତି । ଏତିକି ବେଳେ ମଟର ସାଇକେଲ ମାଲିକ ଘରୁ ବାହାରିବା ବେଳେ ଦଉଡି ଫେରାର୍‌ ମାରିଥିଲେ ଦୁର୍ବୃତ୍ତମାନେ ଅଥଚ ତାଙ୍କ ଠାରୁ ଖସି ପଡିଥିଲା ଏକ ମୋବାଇଲ ଫୋନ ଯାହାକୁ ଜ୍ୟୋତି ରଞ୍ଜନ ପୋଲିସ ପାଖରେ ଜିମା ଦେଇଛନ୍ତି । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀର ଗାଡି ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ ଗାଡିଟି ସଂପୂର୍ଣ୍ଣ ପୋଡି ଯାଇ ସାରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ପୋଲିସ ।

jay balangir
Leave A Reply

Your email address will not be published.

1 × three =