pakka

୨ ଦିନରେ ଯୋଗୀଙ୍କ ୨ ମନ୍ତ୍ରୀଙ୍କ ଇସ୍ତଫା : ଜଙ୍ଗଲ ମନ୍ତ୍ରୀ ଦାରା ସିଂ କହିଛନ୍ତି, ଦଳିତ ତଥା କୃଷକଙ୍କୁ ଅବହେଳା ଯୋଗୁଁ ମୁଁ ଆଘାତ ପାଇଛି

bbehera

ଲଖନଉ : ଯୋଗୀ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଇସ୍ତଫା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଦଳିତ, କୃଷକ ଏବଂ ବେକାରଙ୍କୁ ଅବହେଳା ଯୋଗୁଁ ସେ ଆହତ ହୋଇଛନ୍ତି । ପଛୁଆ ଏବଂ ଦଲିତଙ୍କ ସଂରକ୍ଷଣ ସହିତ ଖେଳିବା ଦ୍ୱାରା ସେ ମଧ୍ୟ ଆଘାତପ୍ରାପ୍ତ ବୋଲି ସେ କହିଛନ୍ତି ।

ଖବର ମୁତାବକ ଚାର୍ଟାର୍ଡ ବିମାନ ଦ୍ୱାରା ଦାରା ସିଂଙ୍କୁ ତୁରନ୍ତ ଦିଲ୍ଲୀ ଡକାଯାଇଛି । କୁହାଯାଉଛି ଯେ, ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଦାରା ସିଂ ଚୌହାନ ମଧ୍ୟ ସମାଜବାଦୀ ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି । ଦାରା ସିଂ ବିଏସପି ଛାଡି ୨୦୧୭ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

14 + seven =