ସମଗ୍ର ବଲାଙ୍ଗିର ଜିଲ୍ଲାରେ ଘରେ ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ ପରିଦର୍ଶନ କଲା ରାପିଡ୍ ରେସପନ୍ସ ଟିମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ବଲାଙ୍ଗିର ଜିଲ୍ଲାରେ ଘରେ ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ ପରିଦର୍ଶନ କରିଛି ରାପିଡ୍ ରେସପନ୍ସ ଟିମ୍‌ । କରୋନା ସଂକ୍ରମଣକୁ ରୋକିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଥିବା ବେଳେ ସଂକ୍ରମିତଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ରାପିଡ୍ ରେସପନ୍ସ ଟିମ୍‌ । ଏବେ ସାରା ଜିଲ୍ଲାରେ ସଂକ୍ରମିତଙ୍କ ଘରକୁ ଘର ଯାଇ ରାପିଡ୍ ରେସପନ୍ସ ଟିମ୍‌ ପକ୍ଷରୁ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝାଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.

seventeen + two =