ସଂରଣକ୍ଷରୁ ବାଦ ପ୍ରତିବାଦରେ ସୁନାମୁଦି ପଞ୍ଚାୟତରେ ତାଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ସୁନାମୁଦି ପଞ୍ଚାୟତରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀଙ୍କ ରାଜନୈତିକ ସଂରକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ଅସାମ୍ବିଧାନିକ ଭାବରେ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ଆଜି ସୁନାମୁଦି ଗାଁ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ନୀତି ପ୍ରତିବାଦରେ ସରକାର ବିରୋଧୀ ନାରବାଜି ଦେଇ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭାକରି ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲେ ଓ ପରେ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ଧାରଣା ଦେଇଥିଲେ । ସଂରଣକ୍ଷ ବଳବତ୍ତର ନରହିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ । ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ସୁଦ୍ଧା ପଞ୍ଚାୟତରେ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରାଇ ଦିଆଯିବ ନାହିଁ ବୋଲି କହିଥିଲେ । ମିତ୍ରଭାନୁ ଭୁଏଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନରେ ଧୁବଲେଶ୍ୱର ଭୋଇ, ରାଜୁ ମିର୍ଦ୍ଧାଙ୍କ ସହ ଶତାଧିକ ଆଦିବାସୀ ପୁରୁଷ ମହିଳା ଯୋଗଦେଇଥିଲେ ।

Leave A Reply

Your email address will not be published.

seventeen − 11 =