ଜଣେ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ କଲୋନୀ ନିକଟରେ ଜଣେ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ବଲାଙ୍ଗିର ରେଲୱେ କଲୋନୀ ନିକଟରେ ରହୁଥିବା ବେଳେ ଗତକାଲି ତାଙ୍କ ମୁଣ୍ଡବ୍ୟଥା ହେବାରୁ ତାଙ୍କୁ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲକୁ ପରିବାର ଲୋକେ ନେଇଥିଲେ । ସେଠାରେ ମହିଳାଙ୍କ କୋଭିଡ଼ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜେଟିଭ୍‌ ଆସିଥିଲା । ଡାକ୍ତର ମହିଳା ଜଣଙ୍କୁ ଔଷଧ ଦେବା ସହ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ଘରକୁ ଆଣିବା ପରେ ହଠାତ୍‌ ସନ୍ଧ୍ୟା ସମୟରେ ମହିଳାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ପୁଣି ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳାଙ୍କର ଶବଦାହ କରାଯାଇଥିଲା । କରୋନା ସଂକ୍ରମଣ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.

seventeen − one =

error: Content is protected !!