ଡବ୍ଲ୍ୟୁଏଚ୍‌ଓର ଚେତାବନୀ : ମହଜୁଦ ଟୀକାକରଣର ବୁଷ୍ଟର୍‌ ଡୋଜ୍‌ ଯଥେଷ୍ଟ ନୁହେଁ, ଅଧିକ ପ୍ରଭାବଶାଳୀ ଟୀକା ପ୍ରସ୍ତୁତ କରାଯିବା ଆବଶ୍ୟକ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏଥି ସହିତ ଟୀକାକରଣ ଏବଂ ବୁଷ୍ଟର୍‌ ଡୋଜ୍‌ ଦିଆଯିବା ଦିଗରେ ଅନେକ ଦେଶରେ ଜୋର୍‌ସୋର୍‌ ଅଭିଯାନ ମଧ୍ୟ ଚାଲିଛି । ଏହି ସମୟରେ, ବଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚେତାବନୀ ଦେଇଛି ଯେ, ମହଜୁଦ ଟିକାଗୁଡ଼ିକର ବୁଷ୍ଟର ମାତ୍ରା ପର୍ୟ୍ୟାପ୍ତ ନୁହେଁ ଏବଂ ସଂକ୍ରମଣକୁ ରୋକିବା ପାଇଁ ଆହୁରି ପ୍ରଭାବଶାଳୀ ଟୀକା ବିକଶିତ କରିବାର ଆବଶ୍ୟକତା ରହିଛି । ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞମାନେ ମଙ୍ଗଳବାର ଦିନ ଚେତାବନୀ ଦେଇଛନ୍ତି ଯେ, ମୂଳ କୋଭିଡ ଟୀକାଗୁଡ଼ିକର ବୁଷ୍ଟର୍‌ ଡୋଜ୍‌ର ପୁନରାବୃତ୍ତି କରୋନାର ନୂଆ ନୂଆ ଭାରିଆଂଟ ବିରୁଦ୍ଧରେ ଉପଯୁକ୍ତ ରଣନୀତି ନୁହେଁ ।

Leave A Reply

Your email address will not be published.

4 × 3 =

error: Content is protected !!